Er

ପଶ୍ଚିମ ମୟୂରଭଞ୍ଜ ଵିଜେପି ସାଂଗଠନିକ ଜିଲ୍ଲା ର ସଂଗଠନ ପର୍ବ କର୍ମଶାଳା

State

ବାରିପଦା : ପିସିଏମ କଲ୍ୟାଣ ମଣ୍ଡପ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ପଶ୍ଚିମ ମୟୂରଭଞ୍ଜ ବିଜେପି ସାଂଗଠନିକ ଜିଲ୍ଲାର ସଂଗଠନ କର୍ମଶାଳା ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ରାଜ୍ୟ ବିଜେପି ସଂପାଦିକା ତଥା ସଂଗଠନ ସଂପାଦିକା ସିପ୍ରା ବାଜପେୟୀ, ରାଜ୍ୟ ଜଙ୍ଗଲ ଓ ଶ୍ରମ ମନ୍ତ୍ରୀ ଇଂ ଶ୍ରୀ ଗଣେଶ ରାମ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ସାରସକଣା ବିଧାୟକ ଭାଦଵ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବ୍ରୁ,ମନୋଜ ଦାସ ଜିଲ୍ଲା ସଂପାଦକ,,ଆଶିଷ ମହାନ୍ତ,ସରୋଜ ମହାନ୍ତ, ଜିଲ୍ଲା ଉପସଭାପତି ନରେନ୍ଦ୍ର ନାଥ ସାହୁ,ବିପିନ ମହାନ୍ତ,ଜୟଦ୍ରଥ ଗିରି,ଜୁରିଲାଲ ମହାନ୍ତ,ନଗର ସଭାପତି ସୁରଥ ପଟ୍ଟନାୟକ,ମହିଳା ସଭାନେତ୍ରୀ ବିଜୟ ଲକ୍ଷ୍ମୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସାଂଗଠନିକ ସଂପାଦିକା ସିପ୍ରା ବାଜପେୟୀ କହିଥିଲେ ଦଳର ଆତ୍ମା ହେଉଛି କର୍ମୀ ବା ତୃଣମୂଳ ସ୍ତରର ସଦସ୍ୟ । ଯେଉଁ ଦଳ ତୃଣମୂଳ ସ୍ତରରେ ଯେତେ ଶକ୍ତ ସେହି ଦଳ ସେତେ ସୁଦୃଢ ।ବିଜେପି ହେଉଛି ସବୁଠାରୁ ବୃହତ୍ତମ ଦଳ । ସମସ୍ତ ନେତୃବୃନ୍ଦ ଦଳର ସଙ୍ଗଠନକୁ ବୃଦ୍ଧି କରିବା ପାଇଁ ବକ୍ତବ୍ୟ ରଖିଥିଲେ ।ପରେ ବିଜେପିର ବୁଥ ସ୍ତରୀୟ,ମଣ୍ଡଳ ସ୍ତରୀୟ ନେତୃମଣ୍ଡଳ ନିର୍ବାଚନ ପାଇଁ ଵ୍ଯାପକ ପ୍ରସ୍ତୁତି କରାଯାଇଥିଲା ।