ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଙ୍ଗ ଘଟଣା । ରାଗିଙ୍ଗ କରିଥିବା ୫ ଜଣ ଚତୁର୍ଥ ବର୍ଷର ଛାତ୍ରଙ୍କ ବିରୁଦ୍ଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଗତକାଲି ଜଣେ ଦ୍ବିତୀୟ ବର୍ଷର ଛାତ୍ର ଓ ତାଙ୍କ ଅଭିଭାବକ ଲିଖିତ ଭାବେ ରେଗିଂ ହୋଇଥିବା ନେଇ ଡିନ୍ ନିକଟରେ ଅଭିଯୋଗ କରିଥିଲେ । ୫ ଜଣ ଚତୁର୍ଥ ବର୍ଷର ଛାତ୍ର ରାଗିଙ୍ଗ କରିଥିବା ନେଇ ଲିଖିତ ଅଭିଯୋଗରେ ନାଁ ରହିଛି ।
ସିନିୟର ଛାତ୍ର ମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଙ୍ଗ କରିଥିବା ନେଇ ଆଉ ଦୁଇ ଛାତ୍ର ଏନଏମସି ନିକଟରେ ଅଭିଯୋଗ କରିଛନ୍ତି । ଆଜି ଅପରାହ୍ନ ୪ ଟା ୩୦ ମିନିଟ ସମୟରେ ୧୩ ଜଣିଆ ଏଣ୍ଟି ରାଗିଙ୍ଗ କମିଟିର ବୈଠକ ହେବ । ବୈଠକ ପରେ ଯେଉଁ ଛାତ୍ରଙ୍କ ବିରୁଦ୍ଧରେ ରାଗିଙ୍ଗ କରିଥିବା ନେଇ ପ୍ରମାଣ ମିଳେ ସେମାନଙ୍କୁ ୬ମାସ ପର୍ଯ୍ୟନ୍ତ ମେଡିକାଲ କ୍ୟାମ୍ପସରୁ ବହିଷ୍କୃତ କରାଯିବ ।
ବୈଠକରେ ରାଗିଙ୍ଗ ର ଶିକାର ଛାତ୍ର ଓ ଅଭିଭାବକ ସହ ରାଗିଙ୍ଗ କରିଥିବା ଛାତ୍ର ମାନେ ଉପସ୍ଥିତ ରହିବେ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଡିନ୍ ଡ଼ା.ସୁଚିତ୍ରା ଦାସଙ୍କ ସୂଚନା ଦେଇଛନ୍ତି ।