ବ୍ରହ୍ମପୁରର କାମାପଲ୍ଲୀସ୍ଥିତ ବିକଳ୍ପ ଭବନ ପରିସରରେ ଓଡିଶା ସାମ୍ବାଦିକ ମହାସଂଘର ରାଜ୍ୟ କମିଟିର କର୍ମକର୍ତ୍ତା ଚୟନ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମ ମହାସଂଘର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ଜୟରାମ ମହାରଣାଙ୍କ ସଭାପତିତ୍ୱ ଓ ଆହ୍ୱାନକ୍ରମେ ଆଗାମୀ ଦିନରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ସୁରକ୍ଷାପାଇଁ ଏବଂ ମହାସଂଘକୁ ଆହୁରି ମଜବୁତ କରିବାପାଇଁ ଓଡିଶା ରାଜ୍ୟର ୧୫ଟି ଜିଲ୍ଲା ଓ ଉତ୍ତର ଓଡିଶାକୁ ନେଇ ଓଡିଶା ସାମ୍ବାଦିକ ମହାସଂଘ ରାଜ୍ୟ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ସୁକୁମାର ରଞ୍ଜନ ପ୍ରଧାନଙ୍କୁ ସର୍ବଶହମତିରେ ଦାୟିତ୍ୱ ଅର୍ପଣ କରାଗଲା l ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଅଂଚଳରୁ କାର୍ଯ୍ୟରତ ସାମ୍ବାଦିକ ଓ ଖବରକାଗଜର ସମ୍ପାଦକଗଣ ଯୋଗଦାନକରି ନିଜ ନିଜ ସୁଚିନ୍ତିତ ମତାମତଦେଇ ଆଗାମୀ ଦିନରେ ଓଡିଶା ସାମ୍ବାଦିକ ମହାସଂଘକୁ ସମସ୍ତେ ମିଳିମିଶି ଆହୁରି ମଜବୁତ କରିବାକୁ ଚେଷ୍ଟା କରାଯିବ ବୋଲି ଶପଥ ନେଇଛନ୍ତି l