Fsd

୧୪ ବର୍ଷ ପରେ ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସି କେ ନାଇଡ଼ୁ ଟ୍ରଫି ପାଇଁ ଓଡିଶା ଦଳରେ ସ୍ଥାନ ପାଇଲେ ମୟୁରଭଞ୍ଜର ଶୁଭମ

sports

ବାରିପଦା: ଆସନ୍ତା ମାସ ୧୩ ତାରିଖରେ ଡେରାଡୁନ ଠାରେ ଆରମ୍ଭ ହେବାକୁ ଥିବା ୨୩ ବର୍ଷରୁ କମ ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସି କେ ନାଇଡ଼ୁ ଟ୍ରଫି ପାଇଁ ଓଡିଶା ଦଳରେ ସ୍ଥାନ ପାଇଛନ୍ତି ମୟୁରଭଞ୍ଜର ଶୁଭମ ନାୟକ I ଯଶିପୁର ବ୍ଲକ ଅନ୍ତର୍ଗତ ନୂଆଗାଁର ରମେଶ ଚନ୍ଦ୍ର ନାୟକ ଓ ସ୍ବର୍ଗୀୟା ସୁମତି ନାୟକଙ୍କ ସୁପୁତ୍ର ଶୁଭମ ପିତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କ୍ରିକେଟ ଖେଳକୁ ଆପଣେଇ ନେଇଥିଲେ l ପ୍ରକାଶ ଥାଉକି ଶୁଭମ ପୂର୍ବରୁ ୨୦୧୯ ମସିହାରେ ୧୬ ବର୍ଷରୁ କମ ମୟୁରଭଞ୍ଜ ଦଳ ତରଫରୁ ଖେଳିଥିଲେ I ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ ଦେବରାୟ ମହାବିଦ୍ୟାଳୟରେ +୩ ଆର୍ଟ୍ସର ଛାତ୍ର I ଦୀର୍ଘ ବର୍ଷ ପରେ ମୟୁରଭଞ୍ଜର ଜଣେ ଖେଳାଳି ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଥିବାରୁ ଏହା ଅନ୍ୟ ଯୁବ ଖେଳାଳିଙ୍କୁ ନିଶ୍ଚୟ ପ୍ରେରଣା ଦେବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ପ୍ରକାଶ କରିଛନ୍ତି I ଖବର ପାଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସୁବ୍ରମନିୟମ ମହାନ୍ତି, ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମର କୁମାର ସେଠୀ, ରବୀନ୍ଦ୍ର କୁମାର ମହାନ୍ତି, ଅମ୍ବିକା ରାଉତ ଓ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ତଥା ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି I ତତସହିତ କ୍ରିକେଟ ମହଲରୁ ତାଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟୁଛି I