Img 20240929 Wa0258

ରାଜ୍ୟ ସ୍ତରୀୟ ସାହାଣୀ କପ – ୨୦୨୪

sports
  • ୫ମ ଦିନରେ ଅନୁଗୁଳ ଓ ମୟୁରଭଞ୍ଜ ବିଜୟୀ (ମୟୁରଭଞ୍ଜ କ୍ଵାଟର ଫାଇନାଲରେ ପ୍ରବେଶ)

ବାରିପଦା: ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୫ମ ଦିନର ୧ମ ମ୍ୟାଚରେ ଅନୁଗୁଳ ଭଦ୍ରକକୁ ୭-୦ ଗୋଲରେ ପରାସ୍ତ କରିଛି I ଫାତୁ ଚରଣ ହେମ୍ବ୍ରମ ୨ ମିନିଟ, ଅମୀୟ ପ୍ରଧାନ ୫୧, ୫୫, ୫୯ ଓ ୬୦ ମିନିଟରେ, କୃଷ୍ଣଚନ୍ଦ୍ର ନାଏକ ୬୪ ମିନିଟରେ ଏବଂ ତ୍ରିନାଥ ଭାନୁ ନାୟକ ଗୋଲ କରିଥିଲେ I ଅନୁଗୁଳ ଦଳର ଅମୀୟ ପ୍ରଧାନ ହ୍ୟାଟ୍ରିକ ସହ ୪ ଟି ଗୋଲ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ବିପୁଲ ବିଦ୍ୟାଧର, ବିବେକ ନାଏକ, ବାପୁନ କୁମାର ମହାନ୍ତ ଓ ସନ୍ତୋଷ ମହାକୁଡ଼ ଖେଳ ପରିଚାଳନା କରିଥିଲେ I ଅତିଥି ଭାବେ ଯୋଗ ଦେଇ ଦେବାଶିଷ ମହାନ୍ତି ଓ ଜୀତେନ୍ଦ୍ର ମହାନ୍ତି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶ୍ରେଷ୍ଠ ଖେଳାଳି ଶ୍ରୀ ପ୍ରଧାନଙ୍କୁ ମହେଶ ଦାସ ସ୍ମୃତି ସମ୍ମାନ ରେ ୨ ହଜାର ଟଙ୍କା ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ I ୨ୟ ମ୍ୟାଚରେ ମୟୁରଭଞ୍ଜ ବୌଦ୍ଧ କୁ ୧-୦ ଗୋଲରେ ପରାସ୍ତ କରି କ୍ଵାଟର ଫାଇନାଲକୁ ଉନ୍ନୀତ ହୋଇଛି I ହାମ୍ବିରା ହେମ୍ବ୍ରମ ଏକ ମାତ୍ର ଗୋଲ ସ୍କୋର କରିଥିଲେ I ବୌଦ୍ଧ ଦଳର ଗୋଲକିପାର ସୁବ୍ରତ ମହାରଣା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ I ଶିବ ଶଙ୍କର ପଣ୍ଡା, ସେଖାବତ ଖାନ, ସୁଜିତ ରାଜହଂସ, ଲକ୍ଷ୍ମଣ ସେଠ ଖେଳ ପରିଚାଳନା କରିଥିବା ବେଳେ ସୁଭଦ୍ରା ହେମ୍ବ୍ରମ ମ୍ୟାଚ କମିଶନର କାର୍ଯ୍ୟ ତୁଲାଇଥିଲେ I ଅତିଥି ଭାବେ ଯୋଗ ଦେଇ ୧ ନଂ ୱାର୍ଡ କାଉନସିଲର ସୁକେଶିନୀ ସେଠି, କାଶୀନାଥ ରଣା, ପ୍ରଭାତ ନାୟକ ଓ ବିଶିଷ୍ଟ କ୍ରୀଡ଼ାବିତ ଓ କାଉନସିଲ ସଭ୍ୟ ଅମୀୟ କୁମାର ବଳ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଫାଓ ଉପ ସଭାପତି ଅସିତ ପତି, ମୟୁରଭଞ୍ଜ କ୍ରୀଡା ସଂସଦର ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, କୋଷାଧ୍ୟକ୍ଷ ଅମିତାଭ ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ଉପସ୍ଥିତ ଥିଲେ I ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ୧ମ ମ୍ୟାଚ ବାଲେଶ୍ୱର ଓ ଢେଙ୍କାନାଳ ଏବଂ ୨ୟ ମ୍ୟାଚ ଦେବଗଡ଼ ଓ ଯାଜପୁର ମଧ୍ୟରେ ଅନୁଷ୍ଠିତ ହେବ l