Img 20240928 Wa0232

ରାଜ୍ୟ ସ୍ତରୀୟ ସାହାଣୀ କପ – ୨୦୨୪, ୪ର୍ଥ ଦିନର ୧ମ ମ୍ୟାଚ ଡ୍ରୋ ଓ ୨ୟ ମ୍ୟାଚରେ ଦେବଗଡ଼ ବିଜୟୀ

sports

ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୪ର୍ଥ ଦିନର ୧ମ ମ୍ୟାଚରେ ବାଲେଶ୍ୱର ଓ ଯାଜପୁର ପରସ୍ପରକୁ ୩-୩ ଗୋଲ ଦେଇଥିବାରୁ ମ୍ୟାଚଟି ଡ୍ରୋ ହୋଇଥିଲା I ବାଲେଶ୍ୱର ଦଳର ଫାଗୁରାମ ବେସ୍ରା ୪ ମିନିଟ, ଧନେଶ୍ୱର ସୋରେନ ୧୨ ମିନିଟ ଏବଂ ରୋହିତ ସିଂ ୮୦ ମିନିଟରେ ଗୋଲ ଦେଇଥିବା ବେଳେ ଯାଜପୁର ଦଳର ଭାଦୁ ମୁର୍ମୁ ୧୪ ଓ ୭୮ ମିନିଟ ଏବଂ ପବିତ୍ର ଦାସ ୩୦ ମିନିଟରେ ଗୋଲ ସ୍କୋର କରିଥିଲେ I ଚନ୍ଦ୍ରଶେଖର ଟୁଡୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ I ଶେଖାବତ ଖାନ, ଲକ୍ଷ୍ମଣ ସେଠ, ଶିବ ସାମନ୍ତରାୟ ଓ ବାପୁନ ମହାନ୍ତ ଖେଳ ପରିଚାଳନା କରିଥିଲେ I ଅତିଥି ଭାବେ ଯୋଗ ଦେଇ ଏମ ପି ସି ଆଲୁମିନି କମିଟିର ଉପ ସଭାପତି ପ୍ରିତିଶ ବସା, ବାରିପଦା ବ୍ଲକ ଅଧ୍ୟକ୍ଷ ସୁନ୍ଦର ମୋହନ ସିଂ, ଶାମାଖୁଣ୍ଟା ବ୍ଲକ ଅଧ୍ୟକ୍ଷ ଚନ୍ଦ୍ରମୋହନ ସିଂ ଓ ଶିକ୍ଷାବିତ ଇ. ବିପ୍ଳବ ବୁଗୁଡେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶ୍ରେଷ୍ଠ ଖେଳାଳି ଶ୍ରୀ ଟୁଡୁଙ୍କୁ ମହେଶ ଦାସ ସ୍ମୃତି ସମ୍ମାନରେ ୨ ହଜାର ଟଙ୍କା ପ୍ରତ୍ସାହନ ରାଶି ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ I ୨ୟ ମ୍ୟାଚରେ ଦେବଗଡ଼ ଢେଙ୍କାନାଳକୁ ୩-୧ ଗୋଲରେ ପରାସ୍ତ କରିଥିଲେ I ଦେବଗଡ଼ର ବିଭୁତି କିସାନ ୧୭ ଓ ୨୦ ମିନିଟରେ ଓ ପ୍ରିତମ ନାଗ ୫୯ ମିନିଟରେ ଗୋଲ ଦେଇଥିବା ବେଳେ ଢେଙ୍କାନାଳ ଦଳର ମଧୁ ଯାନୀ ୭୬ ମିନିଟରେ ଏକ ମାତ୍ର ଗୋଲ କରିଥିଲେ I ବିଭୁତି କିସାନ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ I ବିପୁଲ ବିଦ୍ୟାଧର, ସୂର୍ଯ୍ୟ ନାରାୟଣ ମିର୍ଦା, ସୁଜିତ ରାଜହଂସ ଓ ଅନନ୍ତ କୁମାର ଛତର ଖେଳ ପରିଚାଳନା କରିଥିବା ବେଳେ ଶିବ ଶଙ୍କର ପଣ୍ଡା ମ୍ୟାଚ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ I ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସମ୍ମାନିତ ଅତିଥି ଭାବେ ବାରିପଦା ଉପ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ଏବଂ ଆଇନଜୀବୀ ଜ୍ୟୋତିପ୍ରକାଶ ରଥ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଫାଓ ଉପ ସଭାପତି ଅସିତ ପତି ଓ ପଦ୍ମଲୋଚନ ଲେଙ୍କା, ମୟୁରଭଞ୍ଜ କ୍ରୀଡା ସଂସଦର ଉପ ସଭାପତି ମନୋଜ କୁମାର ସାଓ ଓ ବିବେକାନନ୍ଦ ପଟ୍ଟନାୟକ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, କୋଷାଧ୍ୟକ୍ଷ ଅମିତାଭ ଦାସ, ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ ସହ ସମ୍ପାଦକ ଉପସ୍ଥିତ ଥିଲେ I ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ୧ମ ମ୍ୟାଚ ଅନୁଗୁଳ ଓ ଭଦ୍ରକ ଏବଂ ୨ୟ ମ୍ୟାଚ ମୟୁରଭଞ୍ଜ ଓ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହେବ l