Img 20240206 Wa0211

ମହୁଲଡିହାରେ  ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଜତ ଜୟନ୍ତୀ ଶୁଭାରମ୍ଭ 

sports State
ବାରିପଦା  : ମୟୂରଭଞ୍ଜ ଜିଲ୍ଲାର  ମହୁଲଡିହା ଖେଳ ପଡ଼ିଆରେ ଆନ୍ତଃ  ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚଳିତ ବର୍ଷ ରଜତ ଜୟନ୍ତୀ ଉପଲକ୍ଷେ ଧୂମଧାମରେ ଶୁଭାରମ୍ଭ ହୋଇଛି ।୫ ତାରିଖ ସୋମବାର ଦିନ ମଶାଲ ଯାତ୍ରା ହୋଇଥିଲା ।ଆଜି ପ୍ରଥମ ଦିବସରେ ପ୍ରଥମ ପାଳିରେ ରାଇରଙ୍ଗପୁର ବନାମ ବାଲେଶ୍ବର ଖେଳ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆଂଚଳିକ ଜିଲ୍ଲା ପରିବହନ ଅଧିକାରୀ ଇଂ ସନ୍ଦୀପ ପାଇକରାୟ, ସମାଜସେବୀ ସଚିନ ଅଗ୍ରୱାଲ, ଶିକ୍ଷାବିତ୍ ପ୍ରଶାନ୍ତ ପରୀକ୍ଷା,ଶ୍ଯାମ ସୁନ୍ଦର ଜ୍ୟୋତିଷ,ପଞ୍ଚୁ ଲୋହାର,ଉକୁଲ ପାଲ,ବାବୁଲା ଅମର ଦେଓ ହେମ୍ବ୍ରମ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ବାରା  କ୍ରୀଡା ପତାକା ଉତ୍ତୋଳନ,ପ୍ରଦୀପ ପ୍ରଜ୍ବଳନ ଏବଂ ଫିତା କାଟି ଶୁଭାରମ୍ଭ କରିବା ସହ ଖେଳାଳିଙ୍କ ସହ ପରିଚରୟ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶୃଙ୍ଖଳା ଓ ପ୍ରତିଯୋଗିତା ମନୋଭାବ ନେଇ ଖେଳିବା ସହ ନିଜର ଦକ୍ଷତା ପ୍ରମାଣ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଆଜିର ପ୍ରଥମ ପାଳିରେ ବାଲେଶ୍ବର ଟିମ୍ ରାଇରଙ୍ଗପୁର ହରାଇଥିବା ବେଳେ ଦିତୀୟ  ପାଳିରେ କେଉଁଝର ଟିମ ବାରିପଦାରୁ ହରାଇ ବିଜୟ ଲାଭ କରିଛି ।ଖେଳ ଦେଖିବାପାଇଁ ପଡ଼ିଆରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ ।ରେଫେରୀ ଭାବେ ପଞ୍ଚୁ ଲୋହାର,ଅମ୍ପାୟାର ଭାବେ ଜାମସେଦପୁରର ଦିଲିପ ଚୌଧୁରୀ,ଯାଜପୁରର ଛାୟାକାନ୍ତ ଦ୍ବିବେଦୀ, ଏବଂ ଦୁର୍ଗା ପଟ୍ଟନାୟକ  ଦାୟିତ୍ଵ ନିଭାଇଥିଲେ ।  ଟୁର୍ଣ୍ଣାମେଣ୍ଟରସଭାପତି ବିଧାୟକ ନଵ ଚରଣ ମାଝୀକିଶୋର ରଜକ, ସିଦ୍ଧାର୍ଥ ପାଲ,ପ୍ରଦୀପ ରାଉତ, ସଞ୍ଜୀବ ସିଂ କାହ୍ନା,ସାଓନା ସୁନ୍ଦର, ଶିଶିର,ମିଥୁନ  ପ୍ରମୁଖ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।ପ୍ରଥମ ସେମିଫାଇନାଲ ୮ ତାରିଖ, ଦିତୀୟ ସେମି ଫାଇନାଲ ୧୦ ତାରିଖ ଏବଂ ଫାଇନାଲ ଖେଳ‌ ୧୧ ତାରିଖ ଅନୁଷ୍ଠିତ ହେବ ।  ୬ ଦିନ ଧରି ଖେଳ ଅନୁଷ୍ଠିତ ହେବ । ଏଥିରେ ୧୦ ଟି ବଛା ବଛା ଟିମ ରାଇରଙ୍ଗପୁର,ବାରିପଦା, ବାଲେଶ୍ଵର, କେଉଁଝର,ଛତିଶଗଡ଼ର ବିଳାସପୁର, ସମ୍ବଲପୁର, ଖୋର୍ଦ୍ଧା ରେଲୱେ, ଝାଡ଼ଖଣ୍ଡର ରାଞ୍ଚି, ଉତ୍ତର ପ୍ରଦେଶର ଏନ ଏନ୍ ଏସ ଏକାଡେମୀ ଅଂଶ ଗ୍ରହଣ କରିଛନ୍ତି ।କମିଟି ତରଫରୁ ସମସ୍ତ କ୍ରୀଡ଼ାପ୍ରେମୀ ଓ ଦେଖଣାହାରୀଙ୍କୁ ପଡ଼ିଆରେ ଖେଳ ଦେଖିବାକୁ ଆସନ୍ତୁ ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରନ୍ତୁ ।