Img 20240911 Wa0189

ଯୁବଛାତ୍ର ସଂଗଠନ “ଭଞ୍ଜସେନା” ବାରିପଦା ସହର ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ

State

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ “ଭଞ୍ଜସେନା”, ବାରିପଦା ସହର ଶାଖା ପକ୍ଷରୁ ଏକ ପ୍ରତିନିଧି ଦଳ ବାରିପଦା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କୁ ଭେଟି ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ଏହାର ଏକକିତା ନକଲ ମୟୁରଭଞ୍ଜ ଜିଲ୍ଲାପାଳ ଓ ବାରିପଦା ମ୍ୟୁନିସିପାଲିଟି ଅଧକ୍ଷ ଙ୍କୁ ମଧ୍ୟ ପ୍ରଦାନ କରାଯାଇଛି |

ଦାବୀ ଗୁଡିକ ମଧ୍ୟରେ……
(୧) ବାରିପଦା ସହର ମଧ୍ୟରେ ଥିବା ପୋଖରୀ ଗୁଡିକର ସୌନ୍ଦର୍ଯ୍ୟକରଣ କରିବା ଆଳରେ ଠିକାଦାର ମାନଙ୍କ ଦ୍ୱାରା ଚାଲୁଥିବା ଅଧପନ୍ତରିଆ, ଦିଶାହୀନ ତଥା ନିମ୍ନମାନର କାର୍ଯ୍ୟ ଯୋଗୁଁ ଆଜି ବାରିପଦା ସହର ତାର ପୂର୍ବ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି, ତାସହିତ ଦୀର୍ଘ ଦିନ ଧରି ନିୟମ ବାହାରେ ହେଉଥିବା କାର୍ଯ୍ୟ ଯୋଗୁଁ ଜଳାଶ୍ରୟ ଗୁଡିକରେ ପାଣି ସଂମ୍ପୂର୍ଣ ଭାବେ କମିଗଲାଣି ଯାହାର ଫଳସ୍ୱରୂପ ଚଳିତ ବର୍ଷ ଗ୍ରୀଷ୍ମ ରୁତୁରେ ବାରିପଦା ସହର ବହୁବାର ବିଶ୍ୱର ୧୦ ଗୋଟି ଉତ୍ତପ୍ତ ସହର ମଧ୍ୟରେ ସ୍ଥାନ ଅଳଙ୍କୃତ କରିଥିଲା |
ଏତେ ବର୍ଷା ସତ୍ବେ ବାରିପଦା ସହରରେ ଗୁଳୁଗୁଳି ର ପ୍ରକୋପ କମିବାର ନାମ ଧରୁନାହିଁ ଏଣୁ ଏହି ଧାରା ବଜାଇ ରହିଲେ ଭବିଷ୍ୟତରେ ପରିସ୍ଥିତି ଆହୁରି ଜଟିଳ ହେବ, ଏଣୁ ଯଥାଶୀଘ୍ର ଏହାର ସୁ -ସମାଧାନ କରାଯିବା |
(୨) ପେବର ବ୍ଲକ କାର୍ଯ୍ୟ ତଳେ କଂକ୍ରିଟ କାର୍ଯ୍ୟ ସଂମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉ, କେବଳ ବାଲି ଉପରେ ପେବର ବ୍ଲକ ବସାଇବାକୁ ପ୍ରାଥମିକତା ପ୍ରଦାନ କରାଯାଉ କାହିଁକିନା କଂକ୍ରିଟ ଭେଦି ବର୍ଷା ପାଣି ହେଉ ଅଥବା ଅନ୍ୟାନ୍ୟ ପାଣି ହେଉ ଭୁପୃଷ୍ଠ କୁ ଯାଇ ପାରୁନାହିଁ ଯାହାଫଳରେ ଚଳିତ ବର୍ଷା ରୁତୁରେ ଏତେ ବର୍ଷା ହେବା ସତ୍ବେ ପ୍ରଚୁର ପରିମାଣରେ ଗୁଳୁଗୁଳି ସହିତ ଗରମ ଅନୁଭୂତ ହେଉଅଛି |
(୩) ବାରିପଦା ମୁନିସିପାଲିଟି ଦ୍ୱାରା ଛୋଟ ବଡ଼ ଉଠା ଦୋକାନୀ ଏବଂ ଅନ୍ୟାନ୍ୟ ଦୋକାନ ମାନଙ୍କ ଠାରୁ ଯୋଉ ମାସୁଲ ଆକାରରେ ପଇସା ଉଠାଇବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥାଏ ଏବଂ ସେଥିରେ ଯୋଉ ମାସୁଲକାରୀ ମାନେ ଏହି ଟେଣ୍ଡର କୁ ବିଭିନ୍ନ ଉପାୟରେ ନେଇଥାନ୍ତି ସେମାନେ ଟେଣ୍ଡର ଧରିସାରିଲାପରେ ମ୍ୟୁନିସିପାଲିଟି ଧ୍ୟାର୍ଯ୍ୟ କରିଥିବା ମୂଲ୍ୟ ଠାରୁ ବିଭାଗର ଦାଇତ୍ୱ ହୀନତା ଯୋଗୁଁ ଜୋର ଜବରଦସ୍ତି ବହୁ ଅଧିକ ମାସୁଲ ଆକାରରେ ଟଙ୍କା ଗରୀବ ଓ ଉଠା ଦୋକାନୀ ମାନଙ୍କ ଠାରୁ ଉଠାଉଛନ୍ତି |ପୂର୍ବରୁ ହୋଇଆସି ଚଳିତ ବର୍ଷ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା ମେଳା ପର୍ଯ୍ୟନ୍ତ ପରିସ୍ଥିତି ଏମିତି ଉପୁଜିଛି ଯେ ମାସୁଲକାରିଙ୍କ ଜୁଲୁମ ଯୋଗୁଁ ଭବିଷ୍ୟତରେ ଦୂର ଦୁରାନ୍ତରୁ ଆସୁଥିବା ବିଭିନ୍ନ ପ୍ରକାରର ଦୋକାନୀମାନେ ବାରିପଦାରେ ବ୍ୟବସାୟ କରିବାକୁ ସୁରକ୍ଷିତ ମାନୁନାହାନ୍ତି |
ଭବିଷ୍ୟତରେ ଏଭଳି ଜୁଲୁମ ଓ ଜବରଦସ୍ତି କାର୍ଯ୍ୟ ଧାରା ଉପରେ ବିଭାଗୀୟ ଅଙ୍କୁଶ ଲଗାଇବାକୁ ଅନୁରୋଧ ଏବଂ ମ୍ୟୁନିସିପାଲିଟି ର ଧ୍ୟାର୍ଯ୍ୟ ମୂଲ୍ୟ ସହର ବାସୀଙ୍କୁ ଲିଫଲେକ୍ଟ, ବେନର ଓ ବିଭିନ୍ନ ଉପାୟରେ ଜଣାଇବାକୁ ଅନୁରୋଧ କରାଯାଇଥିଲା
(୪) ବାରିପଦା ସହର ମଧ୍ୟରେ ସଖାଳ ୮ ଘଟିକା ଠାରୁ ରାତ୍ର ୯ ଘଟିକା ମଧ୍ୟରେ ଭାରୀ ତଥା ମାଲବାହୀ ଗାଡି ଚଳାଚଳ ଉପରେ ସଂମ୍ପୂର୍ଣ୍ଣ ଭାବେ ରୋକ ଲଗାଯାଉ କାହିଁକିନା ବେପରୁଆ ଭାବେ ଉକ୍ତ ଗାଡ଼ିମାନଙ୍କ ସହର ମଧ୍ୟରେ ଯାତାୟାତ ଯୋଗୁଁ ସ୍କୁଲ ପିଲା, ମେଡିକାଲ କଲେଜ ହସ୍ପିଟାଲ କୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସଂମ୍ପର୍କୀୟ,ବରିଷ୍ଠ ନାଗରିକ ମାନଙ୍କ ସହିତ ସହର ବାସୀ ମାନେ ମଧ୍ୟ ବହୁ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ଭଞ୍ଜସେନା ବାରିପଦା ସହର ସଭାପତି ରାକେଶ ମହାନ୍ତିଙ୍କ ସହିତ ବାରିପଦା ସହର ସଂଯୋଜକ ମୀର ବାବର ଅଲ୍ଲୀ,ବରିଷ୍ଠ ସଦସ୍ୟ ସାଫଲ୍ୟ ମିଶ୍ର,ଯୁବ ନେତା ଜ୍ୟୋତିରଞ୍ଜନ ପୃଷ୍ଟି,ସହର କାର୍ଯ୍ୟକାରୀ ସଭାପତି ଦିପେଶ ଅଗ୍ରୱାଲ୍ଲା, ସହର ଉପସଭାପତି କିଶୋର ମହାପାତ୍ର,ରବୀନ୍ଦ୍ର ଦଳେଇ, ୭ ନଂ ୱାର୍ଡ ସଭାପତି ସୋନୁ ରାମ, ସୁବ୍ରତ ସାହୁ ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ଥିଲେ |

ଉପରୋକ୍ତ ଦାବୀ ଗୁଡିକ ବାବଦରେ ଯଥାଶୀଘ୍ର ପଦକ୍ଷେପ ନେଇ ଏହାର ସୁ-ସମାଧାନ କରିବା ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବାରିପଦା ମ୍ୟୁନିସିପାଲିଟି ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ଭଞ୍ଜସେନା ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |