Img 20240907 Wa0293

ଛାତ୍ରର ହାତ ତିଆରି ମୂର୍ତ୍ତି ପୂଜା ପାଇଲେ ବିଦ୍ୟାଳୟରେ

Religion and Cult

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ ଷ୍ଠ ଶ୍ରେଣୀର ଛାତ୍ର ଦେବାଶିଷ ଗିରିଙ୍କ ହାତ ତିଆରି ଗଣେଶ ବାବାଙ୍କ ମୂର୍ତ୍ତି ବିଦ୍ୟାଳୟରେ ପୂଜା ପାଇଲେ I ୱାର୍ଡ ନଂ ୨୨ ସ୍ଥିତ ରଘୁନାଥପୁର ଅଂଚଳର ଧନଞ୍ଜୟ ଗିରି ଓ ଅଳକା ଗିରିଙ୍କ ପୁତ୍ର ଦେବାଶିଷ ମାତ୍ର ୭ ବର୍ଷ ବୟସରେ ମାତୃ ସ୍ନେହରୁ ବଂଚିତ ହୋଇଥିଲେ I ପୁତ୍ରର ଏହି ଅବସ୍ଥା ଦେଖି ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ସହ ଯୋଗାଯୋଗ କରିଥିଲେ I ପରିସ୍ଥିତିକୁ ବିଚାର କରି ତାକୁ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ରଖି ବିଦ୍ୟାଳୟରେ ନାମ ଲେଖାଇଦେଥିଲେ I ପାଠ ସହିତ ଦେବାଶିଷ ଚିତ୍ରାଙ୍କନ, ମାଟିରେ ମୂର୍ତ୍ତି ଓ କ୍ରାଫ୍ଟ କାମ କରିବା ଆରମ୍ଭ କରିଦେଇଥିଲେ I ଏହାକୁ ଲକ୍ଷ୍ୟ କରି ପ୍ରଧାନ ଶିକ୍ଷକ ତାର ପ୍ରତିଭାର ବିକାଶ ପାଇଁ ୱାର୍ଡେନ ସରୋଜ କୁମାର ସାବତ ଓ କଳା ଶିକ୍ଷକ ମହେଶ୍ୱର ମାରାଣ୍ଡିଙ୍କୁ ଦେଇଥିଲେ I ପୂର୍ବରୁ ସୁନ୍ଦର ମୂର୍ତ୍ତି ତିଆରି କରି ବେଶ ପରିଚିତ ହୋଇଥିବା ଆଶିଷ ବିଶ୍ୱାଳ ୯ମ ହୋଇଯିବାରୁ ଉଦଳା ଉଚ୍ଚ ବିଦ୍ୟାଳୟକୁ ଚାଲିଗଲେ I ତେଣୁ ଉଚିତ ପ୍ରଶିକ୍ଷଣ ପାଇ ଦେବାଶିଷ ମୂର୍ତ୍ତି ତିଆରି କରିବା ପାଇଁ ଆଗେଇଆସିଲେ I ଆଜି ତାଙ୍କର ହାତ ତିଆରି ମୂର୍ତ୍ତିକୁ ଦେଖି ସମସ୍ତେ ବେଶ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି I