Erwr

ତ୍ରିଲୋଚନେଶ୍ୱର ପୂଜା କମିଟି ଆନୁକୂଲ୍ୟରେ ଗଜାନନଙ୍କ ପୂଜା

Religion and Cult

ଆଗରପଡ଼ା :ଆଗରପଡ଼ା ସ୍ଥିତ ତ୍ରିଲୋଚନେଶ୍ୱର ପୂଜା କମିଟି ଆନୁକୁଲ୍ୟରେ ଗଜାନନଙ୍କ ପୂଜା ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ସ୍ଥାନୀୟ କଳାଶିକ୍ଷକ ପଦ୍ମନାଭ ସେଠୀଙ୍କ ଦ୍ୱାରା ନିର୍ମିତ ମୃଣ୍ମୟ ମୂର୍ତ୍ତି ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି । ଦିବା ୧୨ଘଟିକା ସମୟରେ ଗ୍ରାମ ପୁଷ୍କରିଣୀରୁ ଘଟ ଉତ୍ତୋଳନ କରାଯାଇଥିଲା । ପରେ ପଣ୍ଡିତ ରାଖାଲ ଶତପଥୀ ବେଦ ପାଠ କରି ବାବାଙ୍କୁ ଆବାହନ କରିବା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ବାବୁରାମ ବେହେରାଙ୍କ ତତ୍ତ୍ୱାବଧାନରେ ପ୍ରଦୀପ ସେଠୀ,ଶ୍ରୀତମ ସିଂହ,ଗୋବିନ୍ଦ ଚନ୍ଦ୍ର ସିଂହ,ସୌରଭ ରାମ,ଚନ୍ଦନ ପଣ୍ଡା,ରବି ବେହେରା,ଚିକୁ ସିଂହ ପ୍ରମୁଖ ସଦସ୍ୟଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।