Fer

ପ୍ରମୋଦ ତ୍ରିପାଠୀ ସ୍ମୃତି ସମ୍ମାନରେ ସମ୍ମାନିତ ହେଲେ ଧୀର ବସା

State

ବାରିପଦା: ଓଡିଶା ନାଟକ ଜଗତର ଅନ୍ୟତମ ଚର୍ଚ୍ଚିତ ଚେହେରା ଧୀର ବସା I ୧୯୭୦ ରୁ ନାଟକ ସହିତ ଜଡିତ ହୋଇ ସେ ଆଉ ପଛକୁ ଫେରିନାହାନ୍ତି I ନିକଟ ଅତୀତରେ ନାଟ୍ୟକାର ପ୍ରମୋଦ ତ୍ରିପାଠୀ ସ୍ମୃତିସଂସଦ ପକ୍ଷରୁ ସମ୍ବଲପୁର କଳାକେନ୍ଦ୍ର ସଭାକକ୍ଷରେ ଶ୍ରୀ ବସାଙ୍କୁ ପ୍ରମୋଦ ତ୍ରିପାଠୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି I ଖବର ପାଇବା ପରେ ବିଭିନ୍ନ ମହାଲରୁ ତାଙ୍କ ପାଇଁ ଅଭିନନ୍ଦନ ର ସୁଅ ଛୁଟିଛି I ପ୍ରକାଶ ଥାଉକି ଶ୍ରୀ ବସା ୧୦୦ ରୁ ଅଧିକ ନାଟକରେ ଅଭିନୟ କରିବା ସହ ୧୫୦ ରୁ ଉର୍ଦ୍ଧ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି I ଭୁବନେଶ୍ୱର ଦୂରଦର୍ଶନ ଓ କଟକ ଆକାଶବାଣୀର ସେ ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର I ଶ୍ରେଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ଭାବେ ସେ ବହୁବାର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି I ତନ୍ମଧ୍ୟରୁ ୨୦୧୫ ମସିହାରେ ଓଡିଶା ସରକାରଙ୍କ ଠାରୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଓ ୨୦୧୮ ମସିହାରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଭୂମିପୁତ୍ର ସମ୍ମାନ ଉଲ୍ଲେଖନୀୟ I