Photo For The News Of Snake

୭ଫୁଟ ଲମ୍ବ ଅଜଗର ଉଦ୍ଧାର

State

ଆଗରପଡ଼ା :ବନ୍ତ ବ୍ଳକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ କାଣ୍ଡବା ଗ୍ରାମରୁ ୭ଫୁଟ ଲମ୍ବର ଏକ ଅଜଗର ଛୁଆ ସାପକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଗତ ଶନିବାର ବିଳମ୍ବିତ ରାତିରେ ଏହି ଅଜଗର ସାପଟି କାଣ୍ଡବା ଗ୍ରାମର ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ ଲୋକେ ଦେଖିଥିଲେ । ପରେ ତାକୁ ଦଉଡ଼ି ଦ୍ୱାରା ଫାସ ପକାଇ ଅଖା ଭିତରେ ଭର୍ତ୍ତି କରି ବନବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ । ଆଜି ଏହି ସାପକୁ ନେଇ ନିକଟସ୍ଥ ହଦଗଡ଼ ଜଙ୍ଗଲରେ ବନବିଭାଗ ପକ୍ଷରୁ ଛଡ଼ା ଯାଇଥିବାର ସୂଚନା ମିଳିଛି ।