Img 20240921 Wa0269

ବାରିପଦା ବ୍ଲକର ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଖେଳାଳି ଚୟନ ପ୍ରକ୍ରିୟା ଶିବିର ଅନୁଷ୍ଠିତ

sports

ବାରିପଦା : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆରେ ବାରିପଦା ବ୍ଲକର ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା କ୍ରିକେଟ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜ ମୋହନ ମୁର୍ମୁ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ପ୍ରତିଯୋଗୀ ମାନଙ୍କୁ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ନୋଡାଲ କ୍ରୀଡା ପ୍ରଶିକ୍ଷକ କଳ୍ପନା ମହାପାତ୍ରଙ୍କ ସମେତ ନଳିନୀ ସେନାପତି, କ୍ଷୀରୋଦ ବେହେରା, ସୋନାଲି ପରିଡା, କାପୁରା ମୁର୍ମୁ, ଧରିତ୍ରୀ ମହାନ୍ତ, କ୍ଷୀରୋଦ ବେହେରା ଓ ବାସନ୍ତୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ I ବାଳିକା ବିଭାଗରେ ଲକ୍ଷ୍ମୀପ୍ରିୟା ସୋରେନ, ଭାଗ୍ୟଶ୍ରୀ ମହାନ୍ତ, ରଶ୍ମିତା ସୋରେନ, ଦୀପାଳି ସିଂ, ଯଶୋଦା ନାଏକ ଏବଂ ବାଳକ ବିଭାଗରେ ଦେବଶକ୍ତି ଗିରି, ଶ୍ରେୟାସ ସେଠି, ଅସିତ ପୃଷ୍ଟି, ଚନ୍ଦନ କୁମାର ସିଂ, ମନ୍ଥନ ସାନ୍ତରା, ପିଥ ଚରଣ ମାଝୀ ଓ ଅବତାର ମହାପାତ୍ର ଜିଲ୍ଲା ସ୍ତରକୁ ଚୟନ ହୋଇଛନ୍ତି I ଜ୍ଞାନ ରଞ୍ଜନ ନାୟକ, ସଞ୍ଜୟ କୁମାର ବେହେରା , ଅଭିଷେକ ବେହେରା, ପ୍ରଦୀପ ମହାନ୍ତ, ନାଦିଆ ଦାସ, ଗୌରୀବାଳା ସେଠି ଚୟନ ପ୍ରକ୍ରିୟାରେ ସହାୟତା ପ୍ରଦାନ କରିଥିଲେ I