Img 20240921 Wa0273

ସୂଚନା ଅଧିକାର ଆଇନ୍‌ ସଂପର୍କିତ ପ୍ରଶିକ୍ଷଣ ଶିବିର

State

ବାରିପଦା – ସ୍ଥାନୀୟ ସିଦ୍ଦିବିନାୟକ କଲ୍ଯାଣ ମଣ୍ତପ ମୋରଡ଼ା ଠାରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ମୟୂରଭଞ୍ଜ ଶାଖା ଏବଂ ସ୍ପାର୍ଡ଼ା ସ୍ବେଛାସେବୀ ଅନୁଷ୍ଠାନ ମିଳିତ ସହଯୋଗରେ ସୂଚନା ଅଧିକାର ଆଇନ ସଂପର୍କରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଅଛି।
ଏହି ତାଲିମ ଶିବିରରେ ସୂଚନା ଅଧିକାର ଆଇନ (ଓସା) ମୟରଭଞ୍ଜ ଶାଖାର ଜିଲ୍ଲା ଆବାହକ ସନ୍ତୋଷ ମହାନ୍ତି ଓ ମୋରଡ଼ା ବ୍ଲକ ଆବାହକ ମହେଶ୍ୱର ମହାନ୍ତି ସଚନା ଅଧିକାର ଆଇନର ଇତିହାସ ଓ କିଭଳିଭାବେ ସୂଚନା ଆଇନର ବ୍ଯବହାର କରାଯାଇପାରିବ ସେ ସମ୍ବଦ୍ଧରେ ତାଲିମ ପ୍ରଦାନ କରିଥିଲେ। ମୋରଡ଼ା ଅଞ୍ଚଳର ନେତୃସ୍ଥାନୀୟ ମହିଳା ଓ ପୁରୁଷ ଏବଂ ଯୁବକମାନେ ଏହି ତାଲିମ କାର୍ଯ୍ୟକ୍ରମରେ ତାଲିମ ଗ୍ରହଣ କରିଥିଲେ। ସ୍ପାର୍ଡ଼ା ସ୍ବେଛାସେବୀ ଅନୁଷ୍ଠାନର ସଂପାଦକ ବିବେକାନନ୍ଦ ପଟ୍ଟନାୟକ ସୂଚନା ଅଧିକାର ଆଇନ ସମ୍ବଦ୍ଧରେ ପ୍ରାରଂଭିକ ସୂଚନା ଦେଇଥିଲେ ଏବଂ ତାଲିମ୍‌ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍ପାର୍ଡ଼ା ଅନଷ୍ଠାନର କର୍ମକର୍ତ୍ତା ସଞ୍ଜୟ ଦ୍ବାରୀ,ମୋହନ ମୁର୍ମୁ ଓ ସଂକଳ୍ପ ସ୍ବେଛାସେବୀ ଅନୁଷ୍ଠାନର ପ୍ରଦୀପ ଦାସ ମହାପାତ୍ର, ଓସାର ଦୟାନିଧି ମହାନ୍ତ, ଆଦିକନ୍ଦ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ନାଏକ, ସୁଦର୍ଶନ ଧଳ,ଅର୍ପିତା ମହାନ୍ତ,ସୁମିତ୍ରା ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସ୍ପାର୍ଡ଼ା ଅନଷ୍ଠାନର ବିବେକାନନ୍ଦ ପଟ୍ଟନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

Img 20240921 Wa0272