Bjd

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ପୂର୍ବରୁ ଜବାବ ମାଗୁଛି ମୟୂରଭଞ୍ଜ ଜିଲ୍ଲା ଛାତ୍ର ବି.ଜେ.ଡି

State

ବାରିପଦା : ଆସନ୍ତାକାଲି ତା.୨୨.୦୯.୨୦୨୪ ରିଖ ରବିବାର ମୟୂରଭଞ୍ଜ ଜିଲ୍ଲାକୁ ସମ୍ମାନନୀୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବାରିପଦା ସ୍ଥିତ ଛଉ ପଡ଼ିଆ କୁ ବିକାଶ ସମାବେଶକୁ ଯୋଗ ଦେବା ପାଇଁ ଆସୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ଛାତ୍ର ସମାଜ ତରଫରୁ ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ଛାତ୍ର ମାନଙ୍କର ସ୍ୱାଭିମାନ କୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଛାତ୍ର ମାନଙ୍କ ପ୍ରତି ଭାରତୀୟ ଜନତା ପାର୍ଟି ସରକାର କରୁଥିବା ଅବହେଳାର ସ୍ପଷ୍ଟୀକରଣ ଦାବି କରୁଛି ।

୧) କେଉଁଝର ଜିଲ୍ଲାର ଧରଣୀଧର ବିଶ୍ଵବିଦ୍ୟାଳୟ ଏବେ ଏବେ ୨୦୨୩ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ସେ ବିଶ୍ବବିଦ୍ୟାଳୟକୁ ସବୁ କ୍ଷେତ୍ରରେ ଉନ୍ନତି ପାଇଁ ଆଗାମୀ ଦୁଇ ବର୍ଷ ମଧ୍ୟରେ ସ୍ଵୟଂ ସମ୍ପୂର୍ଣ୍ଣ ବିଶ୍ଵବିଦ୍ୟାଳୟ ଗଠନ କରିବାକୁ ତାଙ୍କ ନିଜ ଜିଲ୍ଲା କେଉଁଝରରେ ବ୍ୟକ୍ତିଗତ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ତାଙ୍କ କ୍ଷମତାର ଅପବ୍ୟବହାର ପାଇଁ ଉଦ୍ୟମ କରୁଥିବା ବେଳେ କିନ୍ତୁ ୨୭ ବର୍ଷ ପୁରୁଣା ହୋଇଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ମୟୂରଭଞ୍ଜ ଅଧୀନରେ ଥିବା ୧୩ ଗୋଟି ବିଭାଗରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଅତ୍ୟଧିକ ଫି ଦେଇ ପଢିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଚି ସର୍ବ ବହୁଳ ଆଦିବାସୀ ଜିଲ୍ଲା ମୟୂରଭଞ୍ଜ ର ଛାତ୍ର ଛାତ୍ରୀ ମାନଙ୍କୁ, ତତ୍ ସହିତ ଆଶାନୁରୂପ ନିୟମିତ ଅଧ୍ୟାପକ ନାହାଁନ୍ତି । ତେଣୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, ମୟୂରଭଞ୍ଜ ପ୍ରତି ଅବହେଳା ଓ ବୈମାତୃକ ମନୋଭାବ ପ୍ରକାଶ କରିବାରେ ସ୍ପଷ୍ଟୀକରଣ ଛାତ୍ର ମାଗୁଛି ।

୨) ଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ଛାତ୍ର ମାନଙ୍କର ରାଜନୈତିକ ଅଧିକାରକୁ କ୍ଷୁର୍ଣ୍ଣ କରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାର କାରଣର ସ୍ପଷ୍ଟୀକରଣ ଛାତ୍ର ସମାଜ ଚାହୁଁଛି ।

ଆଶା ଓ ବିଶ୍ବାସ ସମ୍ମାନନୀୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୟୂରଭଞ୍ଜର ଛାତ୍ର ସମାଜ ପ୍ରତି ବୈମାତୃକ ମନୋଭାବ ନ ଦେଖାଇ ଛାତ୍ର ସମାଜକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବେ । ଯଦି ମୟୂରଭଞ୍ଜ ଜିଲ୍ଲାର ଛାତ୍ର ସମାଜ ପ୍ରତି ଅବହେଳା ହୁଏ ତେବେ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ, ମୟୂରଭଞ୍ଜ ଜିଲ୍ଲାର ଛାତ୍ର ମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ ସଭାପତି ସୁନୀଲ କୁମାର ନାୟକ.ଏକ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି l