Img 20240401 Wa0187

ମୟୂରଭଞ୍ଜରେ ୮୯ତମ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ-୨୦୨୪ ପାଳିତ

State

ଆଦର୍ଶ ଆଚରଣ ବିଧି ଅନୁପାଳନ ସହ ମହାଆଡମ୍ବର ସହକାରେ ଆଲୋକମାଳାରେ ସୁସଜ୍ଜିତ ହେଲା ସମସ୍ତ ସରକାରୀ କର୍ଯ୍ୟାଳୟ
ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀ

ବାରିପଦା: ପ୍ରତିବର୍ଷ ଭଳି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଓ ବାରିପଦା ପୌରପାଳିକା ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ “ଓଡ଼ିଶା ଦିବସ ” ଆଦର୍ଶ ଆଚରଣ ବିଧି ଅନୁପାଳନ କରିବା ସହ ମହାଆଡମ୍ବର ସହକାରେ ପାଳିତ ହୋଇଛି ।

ଏହି ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ସଭାପତିତ୍ୱରେ, ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିବାବେଳେ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାଏକ ଯୋଗ ଦେଇଥିଲେ ।

ଏହି ସାଧାରଣ ସଭା ପୂର୍ବରୁ, ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ସହରରେ ଥିବା ଭୂମିପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଭକ୍ତିପୂତ ନିବେଦନ ସମର୍ପଣ କରିଥିଲେ। ବାରିପଦା ସହରସ୍ଥ ରକସି ଛକ ଠାରେ ଥିବା ବିଜୁ ପଟନାୟକଙ୍କ ପ୍ରତିମୁର୍ତି, ଭଞ୍ଜବୀର ସୁନାରାମ ସୋରେନ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ , ଉତ୍କଳ ଗୌରବ ମଧୁସୂଦନ, ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ଦେଓ, ମହାରାଜା ପୂର୍ଣଚନ୍ଦ୍ର ଭଞ୍ଜଦେଓ ଙ୍କ ସମେତ ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ଉମାଶଙ୍କର ମହାରଣା ଏବଂ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାଲ୍ୟାର୍ପଣ କରିଥିଲେ I

ଏହାପରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହଠାରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଆଦିଙ୍କ ଉପସ୍ଥିତି ରେ ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ବରପୁତ୍ରମାନଙ୍କର ଅବଦାନ ସ୍ମରଣ କରିବା ଉଦେଶ୍ୟରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ସଭା ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସମର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରା ଯାଇଥିଲା ।

ପରବର୍ତୀ କାର୍ଯ୍ୟକ୍ରମ ଆଧାରରେ, ଅତିଥି ମାନେ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବା ପାଇଁ ସଂଗ୍ରାମ କରିଥିବା ମହାମନିଷୀଙ୍କ ଅବଦାନକୁ ସ୍ମରଣ କରି କୃତଜ୍ଞତାର ଶ୍ରଦ୍ଧାଞ୍ଜଳି ଦେବାପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା I

ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ନାୟକ, ଶ୍ରୀ ମଲ୍ଲିକ ଏବଂ ଶ୍ରୀ ମହାପାତ୍ରଙ୍କ ସମେତ ଉପଜିଲ୍ଲାପାଳ ଶ୍ରୀ ନାଏକ ଏହି ସାଧାରଣ ସଭାରେ ଦୀର୍ଘ ୮୮ ବର୍ଷ ତଳେ ସ୍ୱାଧୀନ ପୂର୍ବ ଭାରତ ବର୍ଷରେ ଭାଷା ଭିତ୍ତିକ ଏକ ରାଜ୍ୟ ଗଠନ ତଥା ଗୋଟିଏ ପଟେ ଦେଶର ସ୍ୱାଧୀନତା ଲାଗି ଲଢ଼େଇ ଓ ତାରି ଭିତରେ ନିଜର ସ୍ୱତନ୍ତ୍ର ପରିଚୟ ରକ୍ଷା ସହ ନିଜ ଭାଷାର ସୁରକ୍ଷା ପାଇଁ ହୋଇଥିବା ବଡ଼ ସଂଗ୍ରାମରେ ଆମ ମହାନ ବରପୁତ୍ର ମାନେ କିଭଳି ସଂଘର୍ଷ କରି ଆମକୁ ଏହି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ବା ଓଡିଶା ରାଜ୍ୟ ଉପହାର ଦେଇଥିଲେ ସେବିଷୟରେ ଆଲୋଚନା କରିଥିଲେ I

ଏହି ପାଳନୀୟ ଦିବସର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ସଂଯୋଜନା ଓ ପରିଚାଳନା କରିଥିବା ବେଳେ, ପରିପଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ଏହି କାର୍ଯ୍ୟକ୍ରମର ପରିଯୋଜନା ଏବଂ ଏହି ସାଧାରଣ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ଇ

ଏହି ବିଶେଷ ଦିବସ ପାଳନ ଅବସରରେ, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର, ସୁଶ୍ରୀ ବସୁନ୍ଧରା ଭିଟ୍ରିୟା,ଡେପୁଟି କଲେକ୍ଟର, ଶ୍ରୀ ବିଶ୍ୱଜିତ ପଣ୍ଡା, ଡେପୁଟି କଲେକ୍ଟର, ଡଃ ଶୁଭଙ୍କରୀ ସୁଦେସ୍ନା ଦାଶ, ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ବାରିପଦା ପୌରପାଳିକାର ଅନ୍ୟାନ୍ୟ ସମସ୍ତ ପଦାଧିକାରୀ ଏବଂ କର୍ମଚାରୀ ଯୋଗଦାନ କରିଥିଲେ I

ଏକକାଳୀନ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧି ପାଳନ କରିବା ସହ ଓଡ଼ିଶା ଦିବସ ତଥା ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ସଠିକ୍ ମର୍ଯ୍ୟାଦାର ସହ ପାଳନ କରାଯାଇଥିଲା ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନଗୁଡିକୁ ଆଲୋକମାଳାରେ ସଜ୍ଜିତ ହୋଇଥିଲା I