Img 20240401 Wa0227

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନ, ଟିମ୍‌ – ଏ ବିଜୟୀ

sports

ବାରିପଦା :  ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ମ୍ୟାଚରେ ଟିମ – ଏ ଟିମ – ବି କୁ ୮ ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଟିମ – ବି ୨୫.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୪୫ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ନିଶାନ୍ତ ମିଶ୍ର ଓ ଚନ୍ଦନ ସିଂ ୩୫ ରନ ଲେଖାଏଁ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଆଦିତ୍ୟ ଦାସ ଓ ଦୀପକ ଦେହୁରୀ ୩ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ – ଏ ୧୭.୩ ଓଭରରେ ୨ ଟି ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଜି ଏନ ବିଶ୍ୱ ପ୍ରକାଶ ୫୩ ଓ ଗମ୍ଭୀର ପିଙ୍ଗୁଆ ୫୫ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଦିବ୍ୟରଞ୍ଜନ ସାହୁ ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I କାର୍ତ୍ତିକେଶ୍ୱର ରଣା, ଗଣେଶ୍ୱର ରଣା, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମର ଦାସ ଓ କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I