Onn 3

ମାଧ୍ୟମିକ ବିଦ୍ୟାଳୟ ଜେନାଲ ସ୍ତରୀୟ କବାଡ଼ି ପ୍ରତିଯୋଗିତା

sports State

ନିଶ୍ଚିନ୍ତକୋଇଲି: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅସୁରେଶ୍ୱର ସ୍ଥିତ ସୁଭଦ୍ରା ମହତାବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜୋନାଲ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦଯାପିତ ହୋଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ବାଳିକା ଓ ବାଳକ ଉଭୟ ମଧ୍ୟରେ ପୃଥକ ପୃଥକ ଭାବେ ପ୍ରତିଯୋଗିତା କରାଯାଇଥିଲା । ବାଳିକା ବିଭାଗର ଚୁଡ଼ାନ୍ତ ଖେଳରେ ମାହାଙ୍ଗା ମହିଳା ଉଚ୍ଚ ମାଧ୍ୟମିକ ପଲ୍ଲୀସାହିକୁ ହରାଇ ଅସୁରେଶ୍ୱର ସୁଭଦ୍ରା ମହତାବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ । ସେହିପରି ବାଳକ ବିଭାଗରେ ଜଗତପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ହରାଇ ବାଲିକୁଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପିୟନ ହୋଇଥିଲା ।

ଏହାର ପୁରସ୍କାର ବିତରଣୀ ଉତ୍ସବରେ କ୍ରୀଡ଼ା ପରିଷଦର ଉପଦେଷ୍ଟା ତଥା କଲେଜ ଅଧ୍ୟକ୍ଷ ମହମ୍ମଦ ସକିଲଙ୍କ ସଭାପତିତ୍ୱ ଓ କ୍ରୀଡ଼ା ଶିକ୍ଷକ ଲାଲୁ ପ୍ରସାଦ ମହାରଣାଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ଡ଼ଃ.ରମାନାଥ ସାହୁ ଯୋଗ ଦେଇ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହ ଉପଦେଷ୍ଟା ମନମୋହନ ଖଟୁଆ , ଅଧ୍ୟାପକ ବିଜୟ କୁମାର ପରିଡ଼ା, ଅଧ୍ୟାପକ ସୁଧିର କୁମାର ଦାସ ଓ ରଂଜନ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା କବିତା ଷଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।