Rewr

ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସ୍କୁଲ ର ୧୯ ତମ ବାର୍ଷିକ ଉତ୍ସବ

State

ବାରିପଦା : ଅଗ୍ରଣୀ ଇଂରାଜୀ ଓଡିଆ ମାଧ୍ୟମ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଶିକ୍ଷାନୁଷ୍ଠାନ ର ବିକାଶ ଦିଗରେ ଓ ଗୁଣାତ୍ମକ ଶିକ୍ଷାଦାନ ଅହରହ ଶିକ୍ଷକ ମାନଙ୍କ ର ଅନେକ ଅବଦାନ ଯୋଗୁଁ ଆଜି ଶିକ୍ଷାନୁଷ୍ଠାନର ଅଗ୍ରଗତି ପରିଲକ୍ଷିତ ହେଉଛି ବୋଲି ଅଧ୍ୟକ୍ଷ ଅଶ୍ବନୀ କୁମାର ଜ୍ଯୋତିଷି ସଭାରେ ପ୍ରକାଶ କରିଥିଲେ । ଉତ୍ସବ କୁ ମୁଖ୍ଯ ଅତିଥି ଭାବେ ଅନୁଷ୍ଠାନ ର ସଭାପତି ବରୁଣ ଦେ , ସମ୍ମାନୀତ ଅତିଥି ଭାବେ ସମ୍ପାଦକ ଆଡଭୋକେଟ ରଘୁନାଥ ଦାସ , କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଜେନା ଓ କାର୍ଯ୍ଯକରୀ ସଦସ୍ଯ ମନମୋହନ ପରମାଣିକ ଯୋଗଦେଇଥିଲେ । ସଭାରେ ଅଧ୍ୟକ୍ଷ ଅଶ୍ବନୀ କୁମାର ଜ୍ଯୋତିଷି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ସଭା କାର୍ଯ୍ୟକ୍ରମ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା , ପରେ କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଉପାଧ୍ୟକ୍ଷ ଅଶିତ କୁମାର ମହାନ୍ତ । କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅକୁଣ୍ଠିତ ପ୍ରୟାସ ରେ ଖୁବ୍ ସୁନ୍ଦର କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ଅଭିଭାବକ ଓ ଦର୍ଶକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଦେଖି ଭୃୟସୀ ପ୍ରଶଂସା କରିଥିଲେ ।