019ddb9f 2e57 403b A2d1 191e8949e197 750x430

ଏସିଆନ କରାଟେ କ୍ୟାଡେଟରେ ପଦକ ଜିତି ଇତିହାସ ରଚିଲେ ଆଲିଷା

State

ଭୁବନେଶ୍ୱର: ଓଡିଶାର କରାଟେ ଗର୍ଲ ଭାବେ ପରିଚିତ ଆଲିଷା ସୁବୁଦ୍ଧି ଏସିଆନ କ୍ୟାଡେଟ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଫିଲିପାଇନ୍ସର ଅନୁଷ୍ଠିତ ଏହି ଚାମ୍ପିୟନଶିପର ଜୁନିୟର ଓ ୨୧ ବର୍ଷରୁ କମ କ୍ୟାଡେଟ କାଟା ଚାମ୍ପିୟନଶିପରେ ସେ ଏହି କମାଲ କରିଛନ୍ତି । ୧୪ ବର୍ଷୀୟା ଆଲିଷା ପ୍ରଥମ ଭାରତୀୟ ଭାବେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ୧୭ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରୁଥିଲେ । ମାଲେସିଆ, ସାଉଦି ଆରବ ଓ ଇରାନର ପ୍ରତିଯୋଗୀଙ୍କ ବିପକ୍ଷରେ ଶିଶୁପାଳଗଡର ପ୍ରଶାନ୍ତ କୁମାର ସୁବୁଦ୍ଧିଙ୍କ ଝିଅ ଆଲିଷାଙ୍କ ପ୍ରଦର୍ଶନ ଚମତ୍କାର ଥିଲା । ଚଳିତ ବର୍ଷ ଏହା ତାଙ୍କର ଦ୍ୱିତୀୟ ଆନ୍ତର୍ଜାତୀୟ ପଦକ ।

ଥିମ୍ପୁରେ ଅନୁଷ୍ଠିତ ଦକ୍ଷୀଣ ଏସୀୟ କରାଟେ ଚାମ୍ପିୟନଶିପରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଓଡିଶାର ପ୍ରତିଷ୍ଠିତ କରାଟେ ଖେଳାଳି ଭାଲେନା ଭାଲେଂଟିନା ପ୍ରତ୍ୟକ୍ଷ ତତ୍ୱାବଧନରେ ଆଲିଷା ପ୍ରଶିକ୍ଷଣ ନେଉଥିଲେ । କରାଟେ ଇଣ୍ଡିଆ ଅର୍ଗାନାଇଜେଶନର ସଭାପତି ଭାରତ ଶର୍ମା ଓ ସମ୍ପାଦକ ସଞ୍ଜୀବ କୁମାର ଜାଙ୍ଗ୍ରା ଏହି ସଫଳତା ନେଇ ଆଲିଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିଓ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଆଲିଷା ମଧ୍ୟ ଓଡିଶା କରାଟେ ଡୋ ଆସୋସିଶନ ଓ ଓଡିଶା ସରକାରଙ୍କ ସହଯୋଗ ନେଇ ଧନ୍ୟବାଦ ଜଣାଇଛନ୍ତି ।