Foot

ରାଜ୍ୟ ସ୍ତରୀୟ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ଚୟନ ପ୍ରକ୍ରିୟା

sports

ବାରିପଦା  : ଓଡିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସିନିୟର ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ଦଳ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ସେପ୍ଟେମ୍ବର ୬ ତାରିଖରୁ ୧୩ ତାରିଖ ମଧ୍ୟରେ ହେବ I ଇଛୁକ ଖେଳାଳି ମାନେ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ନିଜନିଜର ନାମ ପଞ୍ଜିକରଣ ବାରିପଦା ଷ୍ଟାଡିୟମ ଅଫିସରେ କରି ପାରିବେ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଅନୁରୋଧ କରିଛନ୍ତି I ନୂତନ ଭାବେ ପଞ୍ଜିକରଣ କରୁଥିବା ଖେଳାଳି ନିଜର ଡିଜିଟାଲ ଜନ୍ମ ପ୍ରମାଣ ପତ୍ର, ପରିଚୟ ପ୍ରମାଣ ପତ୍ର ଓ ଗୋଟିଏ ପାସପୋର୍ଟ ଫୋଟୋ ଦାଖଲ କରିବାକୁ ଫୁଟବଲ ସମ୍ପାଦକ ଅମର କୁମାର ସେଠୀ ଜଣାଇଛନ୍ତି I ପ୍ରକାଶ ଥାଉକି ଚଳିତ ବର୍ଷ ଫେବୃୟାରୀ ମାସରେ ଅନୁଷ୍ଠିତ ଏସ ଡି ସି କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସମସ୍ତ ୨୬ ବ୍ଲକ ଅଂଶ ଗ୍ରହଣ କରିଥିଲେ I ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ କିଛି ଦକ୍ଷ ଖେଳାଳିଙ୍କୁ ଚୟନ କରାଯାଇଥିଲା I ସେମାନେ ମଧ୍ୟ ନିଜନିଜର ପ୍ରମାଣ ପତ୍ର ଦାଖଲ କରିବେ I ନୂତନ ଭାବେ ପଞ୍ଜିକରଣ କରିଥିବା ଖେଳାଳି ଓ ପୂର୍ବରୁ ଚୟନ ହୋଇଥିବା ଖେଳାଳିଙ୍କୁ ନେଇ ୬ ତାରିଖରୁ ଚୂଡାନ୍ତ ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ଜଣାଇଛନ୍ତି I