Photo For The News Of Bjp

ଭାଜପାର ସଦସ୍ୟତା ଅଭିଯାନ ବୈଠକ

State

ଆଗରପଡ଼ା :ବନ୍ତ ବ୍ଳକ ଆଗରପଡ଼ାସ୍ଥିତ ଇଲେଭେନ୍‌ଷ୍ଟାର କ୍ଳବ ଠାରେ ଭାଜପାର ସଦସ୍ୟତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡ଼ଃ ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ଡ଼. ସୁଧାଂଶୁ ଶେଖର ନାୟକ,ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ,଼ଡ଼ଃ ମହତାବ ମଣ୍ଡଳ ସଦସ୍ୟତା ପ୍ରଭାରୀ ପ୍ରେମଲତା କର ପ୍ରମୁଖ ଉପସ୍ଥିତ ରହି ଉକ୍ତ ସଦସ୍ୟତା ଅଭିଯାନର ମାର୍ଗ ଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୨ ତାରିଖ ଠାରୁ ପ୍ରତି ବୁଥର ଘରଘର ବୁଲି ସାଧାରଣ ଲୋକଙ୍କ ସହିତ ମିଶି ନୂତନ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ । ତେଣୁ ମଣ୍ଡଳ ପକ୍ଷରୁ ଏଥି ନିମନ୍ତେ ରାଜ୍ୟ ଓ ଜିଲ୍ଲାର ନିର୍ଦ୍ଦେଶ କ୍ରମେ ସଦସ୍ୟତା କମିଟି ଗଠନ କରାଯାଇଅଛି । ଉକ୍ତ କମିଟିରେ ରମାକାନ୍ତ ନାୟକ,ଗୋପାଳକୃଷ୍ଣ ଦାଶ,ରାଜିବଲୋଚନ ରାୟ,ସୁଶିଳା ଜେନା,ଅମୂଲ୍ୟରତ୍ନ ନନ୍ଦ ପ୍ରମୁଖ ସ୍ଥାନ ପାଇଛନ୍ତି । ଆୟୋଜିତ ବୈଠକରେ ବିଷ୍ଣୁ ପଣ୍ଡା,ମଦନମୋହନ ଦାଶ,ଅମୂଲ୍ୟ ପଣ୍ଡା,ବିଷ୍ଣୁ ସେଠୀ,କରୁଣାକର ସାହୁ,ପଦ୍ମନାଭ ସୁଅଁର,ନରୋତ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।