Photo1 For The News Of Kausala Ratha

ଆଗରପଡ଼ାରେ କୌଶଳ ରଥ ପରିକ୍ରମା

State

ଆଗରପଡ଼ା :ଆଗରପଡ଼ା ବଜାର ଅଂଚଳରେ କୌଶଳ ରଥ ଶନିବାର ପରିକ୍ରମା କରିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନେ ଏହି ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି । ସ୍ଥାନୀୟ ଅଂଚଳର ପ୍ରବେଶପଥରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ପାରମ୍ପାରିକ ଶୈଳୀରେ ପ୍ୟାରେଡ଼,ନୃତ୍ୟାଦି ପ୍ରଦର୍ଶନ କରି ରଥକୁ ସ୍ୱାଗତ କରି କୃଷ୍ଣଚରଣ ବିଦ୍ୟାମନ୍ଦିର ନିକଟକୁ ଆଣିଥିଲେ । ଏଥିରେ ଏନସିସି, ସ୍କାଉଟ୍ସ, ଗାଇଡ୍ସ ଛାତ୍ରଛାତ୍ରୀଙ୍କ ସମେତ ଛାତ୍ରମାନେ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏଠାରେ ରଥ ଅଟକିବା ପରେ ବିଭିନ୍ନ ଅଂଚଳର ଛାତ୍ରଛାତ୍ରୀ ନିଜ କୌଶଳ ଓ ବୁଦ୍ଧି ଦ୍ୱାରା ପ୍ରସ୍ତୁତ ଓ ରଥରେ ସ୍ଥାନିତ ଉଚ୍ଚକୋଟୀର ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରମାନେ ପରିଦର୍ଶନ କରିବା ସହ ଏହାର ପ୍ରସ୍ତୁତ କୌଶଳ ସଂପର୍କରେ ଗାଇଡ଼୍‌ମାନଙ୍କ ଠାରୁ ପଚାରି ବୁଝିଥିଲେ । କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନା, ଅଶୋକ ଖିଲାର, ନାରାୟଣ ଦାସ, ସରକାରୀ ବାଳିକା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ ରାଉଳ, ରଂଜିତା ଶିଅଳ, ବନଜିନୀ ନାୟକ, ଭୀମସେନ ପାଳ, ଭାଗ୍ୟଶ୍ରୀ ପଣ୍ଡା, ପ୍ରମୋଦିନୀ ସାହୁ, ସାଗରୀକା ମହାନ୍ତି, ଇତୀଶ୍ରୀ ସାହୁ, ମହାନ୍ତିପଡ଼ା ଆଶାମଣୀ ବିଦ୍ୟାପୀଠ ପ୍ରଧାନଶିକ୍ଷକ ଗଂଗାଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।