Img 20240828 Wa0270

ମହାବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଅଖିଳ ଭାରତୀୟ ଛାତ୍ର ସଂଘର ରଣ ହୁଙ୍କାର ଓ ପ୍ରତିବାଦ

State

ବାରିପଦା: ନିର୍ବାଚନ ହେଉଛି ଛାତ୍ର ତଥା ଜନ ସାଧାରଣଙ୍କ ମୌଳିକ ଅଧିକାର । ଛାତ୍ର ସଂସଦ ନିର୍ବାଚନ ହେଉଛି ନେତୃତ୍ବ ସୃଷ୍ଟି କରିବା କାରଖାନା । ଛାତ୍ର ସଂସଦ ନିର୍ବାଚନ ରେ ନୂତନ ନେତୃତ୍ବ ସୃଷ୍ଟି ହୁଏ । ୨୦୧୮ ମସିହାରୁ ଆଜକୁ ୬ ବର୍ଷ ହେଲାପ୍ରାକ୍ତନ ସରକାର କଲେଜ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ରେ ବ୍ୟାପକ ହିଂସା ରୋକିବାକୁ ନେଇ ନିର୍ବାଚନ ରଦ୍ଦ କରି ଦେଇଥିଲେ । କିନ୍ତୁ ଫଳ ବିପରୀତ ହେଲା । ଓଡ଼ିଶାରେ ନୃତନ ନେତୃତ୍ୱ ସୃଷ୍ଟିରେ ଏହା ପରିପନ୍ଥୀ ହେଲା । ଓଡ଼ିଶା ରେ ନୂତନ ନେତୃତ୍ବ ପ୍ରତିଭା ଆଉ ଦେଖିବାକୁ ମିଳୁ ନାହିଁ । ନୂତନ ନେତୃତ୍ବରେ ଶୂନ୍ୟସ୍ଥାନ ପଡ଼ିଛି ।ଛାତ୍ର ମାନଙ୍କର ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନିଆଯାଉଛି । ଜଣେ ୧୮ ବର୍ଷ ଯୁବକ ସାଧାରଣ ନିର୍ବାଚନରେ ଭୋଟ ଦେଵ । ହେଲେ ମଣିଷ ତିଆରି କାରଖାନା ଶିକ୍ଷାନୁଷ୍ଠାନରେ ରେ ୨୪ ବର୍ଷ ହେଲେ ମଧ୍ୟ ନିର୍ବାଚନ ରଦ୍ଦ ଯୋଗୁଁ ଭୋଟ ଦେଇ ପାରିବ ନାହିଁ ।

ସବୁ ରାଜନୈତିକ ଦଳରେ ଚଳିତ ବର୍ଷ ପ୍ରାର୍ଥୀ ଖୋଜିବାକୁ ନାକରେ ଦମ୍ ହେବାକୁ ପଡ଼ିଛି । ଅତିତରେ ଛାତ୍ର ନେତାମାନେ ହିଁ ବିଭିନ୍ନ ରାଜନୈତିକ ଦଳର ମଙ୍ଗୁଆଳ ସାଜିଥିଲେ ।କଲେଜ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ନ ହେବାରୁ କଲେଜ ପାଲଟିଲା ଦୁର୍ନୀତିର ଗନ୍ତାଘର । ଅଧିକାଂଶ କୁଳପତି, ଅଧ୍ୟକ୍ଷ ,ଅଧ୍ୟକ୍ଷା, କର୍ମଚାରୀ ଦୁର୍ନୀତିରେ ଉବୁଟୁବୁ ।ଶାସକ ଦଳର ଛତ୍ରଛାୟା ତଳେ ଅଧ୍ଯକ୍ଷମାନେ ଧରାକୁ ସରା ମଣି ମନଇଛା ଦୁର୍ନୀତି କରି ଚାଲିଲେ ।ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଏକରକମକର ଭୁଷୁଡି ଯାଇଛି । ଅଧିକାଂଶ କଲେଜରେ ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ନାହାନ୍ତି । ପାଠ ସାମଗ୍ରୀ ନାହିଁ । ଇ – ସ୍ମାର୍ଟ ର ଫମ୍ପା ଆଵାଜ । ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ପିଲାମାନେ ସେମାନଙ୍କ ମୌଳିକ ଅଧିକାରରୁ ବଂଚିତ ହେଲେ । ପିଲାମାନଙ୍କର ଦୁଃଖ ଓ ସମସ୍ଯା ଶୁଣିବାକୁ କେହି ନାହାନ୍ତି । ଏହିସବୁ ଘଟଣାକୁ ଲକ୍ଷ୍ୟ କରି ଛାତ୍ର ମହଲରୁ ନିର୍ବାଚନ ର ସ୍ବର ଉଠିଲାଣି ।ତେଣୁ ନିର୍ବାଚନ ହେଲେ ସେମାନେ ସେମାନଙ୍କ ମୌଳିକ ଅଧିକାର ଶିକ୍ଷା ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ସମସ୍ୟା ସମାଧାନ କରି ପାରନ୍ତେ । ଏହାକୁ ନେଇ ଆଜି ରାଇରଙ୍ଗପୁର ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା କରନ୍ତୁ ଦାବିରେ କଲେଜ ଫାଟକ ସମ୍ମୁଖରେ ପ୍ରତିବାଦ କରିଥିଲେ । ତଦସହ ସରକାରଙ୍କ ଉଦ୍ଦେଶ୍ୟରେ ଏକ ହସ୍ତାକ୍ଷର ଲିଖିତ ଅଭିଯୋଗ ପ୍ରିନସିପାଲଙ୍କ ଜରିଆରେ ପ୍ରେରଣା କରିଥିଲେ । ପ୍ରତିବାଦର ନେତୃତ୍ବ ନେଇଥିଲେ ସଚ୍ଚିକାନ୍ତ ବାରିକ, ଭୂବନେଶ୍ବର ମହାନ୍ତ, ଓମ୍ ମହାନ୍ତ, ହରେକୃଷ୍ଣ ମହାନ୍ତ, ଦେବାଶିଷ ଆଚାର୍ଯ୍ୟ, ବିନତୀ ମହାନ୍ତ, ଅଲିଭା ମହାନ୍ତ, ସୁନିତା ମହାନ୍ତ, ଛବିନା ଗିରି l