Bb

କେନାଲ ପାଣିରେ ବୁଡି ଯୁବକର ସଲିଳ ମୃତ୍ୟୁ

State

ବାରିପଦା:  ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ ଅନ୍ତର୍ଗତ ବଣକାଟି ପଂଚାୟତ ର ବଣକାଟି ଗାଁର ଚିତ୍ର ସିଂ ର ୧୯ ବର୍ଷିୟା ଭେଣ୍ଡିଆ ପୁଅ କୃଷ୍ଣୁ ସିଂର କେନାଲ ପାଣିରେ ବୁଡି ପ୍ରାଣବାୟୁ ଉଡିଯାଇଛି। ସୂଚନାଯୋଗ୍ୟ ଅଗଷ୍ଟ ୨୭ ତାରିଖ ପାଖାପାଖି ପୂର୍ବାହ୍ନ ୧୧ଟା ଵେଳୁ ଘରୁ ବାହାରି ବାଙ୍କବଳ କେନାଲରେ ଶୌଚ ହେବାକୁ ଯାଇ ପାଣିରେ ଥିବା ଗଭୀର ଗାତରେ ପାଦ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ପରେ ଘର ଲୋକେ ଖୋଜାଖୋଜି କଲାବେଳେ କେନାଲରେ ମୃତକ ଭାସୁଥିବା ଦେଖି ଥାନାକୁ ଖବର ଦେଇଥିଲେ । ପରେ ରାଇରଙ୍ଗପୁର ଗ୍ରାମାଞ୍ଚଳଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନଂ ୧୬/୨୪ ରୁଜୁ କରି ଆଜି ବୁଧବାର ଦିନ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାର‌ଵର୍ଗଙ୍କୁ ହସ୍ତାନ୍ତର କରିଛି ।