Img 20240823 Wa0284

ମୁଖ୍ୟମନ୍ତ୍ରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର

State
ବାରିପଦା  :  ପୂର୍ବତନ ଓଡ଼ିଶା ସରକାର ନବୀନ ପଟ୍ଟନାୟକଙ୍କ ଦ୍ବାରା ଆରମ୍ଭ ହୋଇଥିଲା ପ୍ରତ୍ୟେକ ପଞ୍ଚାୟତରେ ଲକ୍ଷ୍ମୀ ବସ୍ ସେବା ଯୋଉଥିରେ ରିହାତି ଭଡ଼ାରେ ଗ୍ରାମାଞ୍ଚଳ ଲୋକେ ଯାତ୍ରା କରିପାରିବେ ବୋଲି। ତେବେ ଓଡିଶାରେ ନୂତନ ସରକାର ଆସିବା ପରେ ଉକ୍ତ ଲକ୍ଷ୍ମୀ ବସ୍ ସେବା ନାଁ କୁ ବଦଳାଇ ମୁଖ୍ୟମନ୍ତ୍ରୀ ବସ୍ ସେବା ନାଁ ରେ ନାମିତ ହୋଇ ଗ୍ରାମାଞ୍ଚଳରେ ଚାଲୁଥିବା ଏକ ବସ ଧକ୍କାରେ  ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ସୂଚନା ମୁତାବକ  ସକାଳେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ରୁ ଏକ ମୁଖ୍ୟମନ୍ତ୍ରୀ ବସ୍ ଯାତ୍ରା ଆରମ୍ଭ କରି ମହୁ ଭଣ୍ଡାର ଦେଇ ବାଲିଚୁଆ, ବଡ଼ ବାଲିଚୁଆ, ଅଶାଡୋଲା ଦେଇ ଏନ୍ ବି ପୋଖରିଆ ହୋଇ ପୁଣି ବିଶୋଇ ବ୍ଲକ ଛକରେ ପହଞ୍ଚିଥାନ୍ତା । କିନ୍ତୁ ବସଟିକୁ ବସର ଡ୍ରାଇଭର ଡ୍ରାଇଭିଙ୍ଗ୍ ନ କରି ବସ କଣ୍ଡକ୍ଟର ୨୦ ଜଣ ଯାତ୍ରୀଙ୍କୁ ନେଇ ଡ୍ରାଇଭିଙ୍ଗ୍ କରୁଥିବା ନିଜେ କଣ୍ଡକ୍ଟର କହିଛନ୍ତି। ଯାହା ଦ୍ଵାରା ଆଜି ବିଶୋଇ ବ୍ଲକ ଏନ୍ ବି ପୋଖରିଆ ପଞ୍ଚାୟତର ବଡ଼ ବାଲିଚୁଆ ଠାରେ ଅଶାଡୋଲା ଗ୍ରାମର ଧାରମାଲ ମାଝୀ ପିତା – ଚନ୍ଦ୍ର ମାଝୀ ଏବଂ କାହ୍ନୁ ମାର୍ଣ୍ଡୀ,ପିତା – ପିଥ ମାର୍ଣ୍ଡୀ ନାମକ ଦୁଇ ଜଣ ବାଇକ୍ ଆରୋହୀ ଙ୍କୁ ଧକ୍କା ଦେଇ ନାଳରେ ପକାଇ ଦେଇଥିଲା।
ତେବେ ବସର କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ ବାଇକ୍ ଟି କ୍ଷତିଗ୍ରସ୍ତ ହେବା ସହିତ ଦୁଇ ଜଣ ଆରୋହୀ ଗୁରୁତର ଆହତ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ତେବେ ଘଟଣାର ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ବସକୁ ଜବତ କରିବା ସହିତ ବସ ଷ୍ଟାଫ୍ ଙ୍କୁ ମଧ୍ୟ ଥାନାରେ ଅଟକ ରଖିଛନ୍ତି। ତେବେ ଖବର ହେଲା ପର୍ଯ୍ୟନ୍ତ ଧାରମାଲ ମାଝୀ ଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାରିପଦା ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଅଛି।