Img 20240823 Wa0283

 ପାଣିରେ ଭାସୁଥିବା ଅଜଣା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର 

State
ବାରିପଦା  :  ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ବିଶୋଇ ଥାନା ଅନ୍ତର୍ଗତ ବାଙ୍କବଳ ନଦୀବନ୍ଧରୁ  ବିଶୋଇ ପୋଲିସ୍ ଏକ ଗଳିତ  ମୃତ ଦେହ ପାଣି ଭିତରୁ ଉଦ୍ଧାର କରିଛି। ସୁଚନା ମୁତାବକ ଏହି ବାଙ୍କବଳବନ୍ଧ ଡୁମୁରିଆ ଗ୍ରାମରେ ଗତ ୧୯ ତାରିଖରୁ ପ୍ରତି ଵର୍ଷ ରାଖୀ ପୁର୍ଣିମା ଉପଲକ୍ଷେ  ଗହ୍ମା ପର୍ବ ମେଳା ମହାସମାରୋହରେ  ଅନୁଷ୍ଠିତ ହୋଇଥିଲା । ଏହି ମେଳାଟି ତିନି ଦିନ ଧରି ଚାଲିବା ପରେ ୨୨ତାରିଖରେ ଶେଷ ହୋଇଥିଲା।ଫୁଟବଲ  ଖେଳ, ମୀନା ବଜାର ପ୍ରଭୃତି ଲାଗିଥିଲା । ଦୈନିକ ହଜାର ହଜାର ଲୋକ ମେଳା ବୁଲିବାକୁ ଆସି ଆନନ୍ଦ ଉପଭୋଗ କରନ୍ତି । ବଂଧୁ ମିଳନ ମଧ୍ୟ ହୋଇଥାଏ । ଯେଉଁ ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ସମାଗମ ହୋଇଥାଏ। ହେଲେ ଏହି ମେଳା ଉଦଯାପନୀ ପରଦିନ  ତଥା ସକାଳ ପାଖାପାଖି ଦଶ ଘଟିକା ସମୟରେ ପାଣିରେ ଏକ ମୃତ ଦେହ ଭାସୁଥିବା ନେଇ  ସ୍ଥାନୀୟ ଜନସାଧାରଣ ବିଶୋଇ ପୋଲିସକୁ ଖବର ଦେଇଥିଲେ ଖବର ପାଇ ବିଶୋଇ ପୋଲିସ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଁଚି ମୃତ ଦେହଟିକୁ ପାଣି ଭିତରୁ ଉଦ୍ଧାର କରିଥିଲେ। ମୃତକ ଜଣଂକ ଏକ ନାଲି ରଙ୍ଗର ସାର୍ଟ ପିନ୍ଧି ଥିବା ବେଳେ ଏକ ପାଉଁସିଆ ରଂଗର ଫୁଲ୍ ପ୍ୟାଣ୍ଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ମୃତକଙ୍କ କୈାଣସି ପରିଚୟ  ମିଳିନଥିଲା ବେଳେ ପଚିସଢ଼ି  ଯାଇଥିବା  ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ସାଇଣ୍ଟିପିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ସହିତ ବିଶୋଇ ପୋଲିସ ୧୩/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ମୃତ୍ୟୁ ର କାରଣ ଜଣାପଡ଼ି ନାହିଁ  ଯାହାକୁ ନେଇ ବିଶୋଇ ପୋଲିସ ଚିନ୍ତାର କାରଣ ପାଲଟିଛି |