Onn 3

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଅମିନ

Crime State

ବାରିପଦା: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଅମିନ । ବାଲେଶ୍ୱର-ମୟୁରଭଞ ମେଜର ସେଟେଲମେଣ୍ଟ ବାରିପଦା କାର୍ଯ୍ୟାଳୟର ଅମିନ ମାନସ ରଞନ ଦାସ ଆଜି ଜଣେ ଆବେଦନକାରୀ ଙ୍କ ନିଜ ନାମରେ ଜମିପଟା କରାଇନେବା ପାଇଁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜେଜେବାପା ଙ୍କ ନାମରେ ଥିବା ଜମି କୁ ନିଜ ନାମରେ କରାଇବାପାଇଁ ସେଟେଲମେଣ୍ଟ କାର୍ଯ୍ୟାଳୟରେ ଆବେଦନକାରୀ ଦରଖାସ୍ତ କରିଥିଲେ । ଏହା କରାଇବା ପାଇଁ ଅମିନ ମାନସ ରଞନ ଦାସ ଲାଞ୍ଚ ମାଗିଥିଲେ । ୪-୭-୨୦୨୩ ରେ ମାନସ ରଞନ ଦାସ ତିନି ହଜାର ଟଙ୍କା ସଂପୃକ୍ତ ଆବେଦନକାରୀ ଙ୍କ ପାଖରୁ ନେଇଥିଲେ । ପୁଣି ଆହୁରି ୩,୩୦୦ ଟଙ୍କା ମାଗିଥିଲେ ।

ଏ ବାବଦରେ ଆବେଦନକାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଆଜି ପୂର୍ବ ଯୋଜନା ମୁତାବକ ସଂପୃକ୍ତ ଆବେଦନକାରୀ ଙ୍କ ପାଖରୁ କାର୍ଯ୍ୟାଳୟରେ ୩,୩୦୦ ଟଙ୍କ ।ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ଦାସ ଙ୍କ ବାରିପଦା ଭଞପୁର ସ୍ଥିତ ସରକାରୀ ବାସଭବନ ଏବଂ ବାଲେଶ୍ୱର ସ୍ଥିତ ରସାଳପୁର ନିଜ ଗାଁ ଘର ଏବଂ ତାଙ୍କ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ତଲାସି କରାଯାଇଅଛି । ଏ ବାବଦରେ ବାଲେଶ୍ୱର ଭିଜିଲାନ୍ସ ବିଭାଗରେ କେସ ନମ୍ବର ୧୭/୯-୭-୨୦୨୩ ରେ ଏକ ମାମଲା ରୁଜୁ କରାଯାଇଅଛି ।