Onn 3

ଛାତ୍ରାଵାସରୁ ୪ର୍ଥ ଶ୍ରେଣୀର ନାବାଳକ ଛାତ୍ର ନିଖୋଜ

State

ବାରିପଦା: ବହଳଦା ଵ୍କକ ଓ ତିରି° ଥାନା ଅନ୍ତର୍ଗତ ମଲ୍ଲୀକେଡମ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଛାତ୍ରାଵାସରୁ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜନୈକ ୧୦ ବର୍ଷ ବୟସର ନାବାଳକ ଛାତ୍ର ନିଖୋଜ ହେବା ନେଇ ତିରି° ଥାନାରେ ସ୍କୁଲ ପ୍ରଧାନଶିକ୍ଷକ ଙ୍କ ଅଭିଯୋଗ ହେବା ପରେ ଏନେଇ କେସ ନ°୮୯/୨୩ରେ ଏକ ମାମଲା ରୁଜୁ ହୋଇଛି ।

ଖବର ମୁତାବକ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଓ ଛାତ୍ରାବାସରେ ରହୁଥିବା ୧୦ ବର୍ଷ ର ଛାତ୍ର ବିରାମ ଟୁଡୁ ଗତ ୭ ତାରିଖ ସକାଳୁ ନିଖୋଜ ହୋଇଯାଇଛନ୍ତି । ତାଙ୍କ ପିତାଙ୍କ ନାମ କାହ୍ନାଇ ଟୁଡୁ ଓ ଘର ପାଟରାମହୁଲପାଣି ଗ୍ରାମରେ । ଅଭିଯୋଗ ମିଳିବା ପରେ ଏନେଇ ତିରି° ଥାନାରେ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଛି ବୋଲି ତିରି° ଥାନାଧିକାରୀ ଭାସ୍କର ପ୍ରଧାନ କହିଛନ୍ତି ।