Img 20240824 Wa0321

ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ କାଳକ୍ଷେପଣ କରିବା ବିରୁଦ୍ଧରେ ବିଜେଡ଼ିର ବ୍ଳକସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ

State
ବାରିପଦା   : ଗତ ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ଡବଲ ବିକାଶର ନାରା ଦେଇ ସମସ୍ତ ଭତ୍ତାଧାରୀଙ୍କ ମାସିକ ଭତ୍ତାକୁ ୩୦୦୦ ଓ ୩୫୦୦କୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ବିଜେପି ସରକାର ଉପସ୍ଥାପିତ କରିଥିବା ବଜେଟ୍‌ରେ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲେ ସୁଦ୍ଧା ଅନ୍ୟ ଭତ୍ତାଧାରୀଙ୍କ ମାସିକ ଭତ୍ତା ଅପରିବର୍ତିତ ରହିଛି । ଏହାଦ୍ଵାରା ରାଜ୍ୟର ସମୁଦାୟ ୫୭ ଲକ୍ଷ ଭତ୍ତାଧାରୀଙ୍କ ମଧ୍ୟରୁ ୫୨ ଲକ୍ଷ ଭତ୍ତାଧାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେବେ। ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି ଓ ଏହି କାରଣରୁ ସମସ୍ତ ଉତ୍ତାଧାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।
ବିଭିନ୍ନ କ୍ଷେତ୍ରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ କାଳକ୍ଷେପଣ କରିବା ବିରୁଦ୍ଧରେ ଜନଗଣଙ୍କୁ ଜାଗ୍ରତ କରିବା ପାଇଁ ଏକ ଦାୟିତ୍ଵସମ୍ପନ୍ନ ବିରୋଧୀ ଦଳ ଭାବେ ବିଜୁ ଜନତା ଦଳ ଅଙ୍ଗୀକାରବଦ୍ଧ। ବିଶେଷକରି ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବାମାନଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ଜନସଚେତନତା ପାଇଁ ଓଡ଼ିଶାବାସୀଙ୍କ ପ୍ରିୟନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୧୬ ତାରିଖ ଠାରୁ ସପ୍ତାହେ ମଧ୍ୟରେ ଯେକୌଣସି ଦିନ ପ୍ରତୀକାମୂକ ଭାବେ ପଞ୍ଚାୟତା ଗ୍ରାମୀଣ/ ବ୍ଲକ ସ୍ତରରେ ଗ୍ରାମବାସୀ/ ଭତ୍ତାଧାରୀଙ୍କୁ ଅବଗତ କରିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ରାଜ୍ୟର ବିଜେପି ସରକାର ସମସ୍ତ ଭତ୍ତାଧାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ ନ କରନ୍ତି ତା ହେଲେ ଆଗାମୀ ଦିନରେ ବିଜୁ ଜନତା ଦଳ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହେବ । ଏହି ମହତ୍ କାର୍ଯ୍ୟରେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବିଜେଡ଼ି ଦଳର ବିଶିଷ୍ଟ ନେତୃବୃନ୍ଦ ସାରସକଣା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଡ଼ାଃ ଦେବାଶିଷ ମାରାଣ୍ଡି,ବିଜେଡି ଜିଲ୍ଲା  ସଭାପତି କାଶୀନାଥ ହେମ୍ବ୍ରମ,ଯୁବ ବିଜେଡ଼ି ସଭାପତି ଅଭିଷେକ ପଟ୍ଟନାୟକ, ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ତନୁଜା ମହାନ୍ତ,ବ୍ଳକ ବିଜେଡି ସଭାପତି ମାଝୀଆରାମ ମାଝୀ, ବରିଷ୍ଠ ବିଜେଡ଼ି ନେତା ନିମାଇଁ ମୁର୍ମୁ ଙ୍କ ସମେତ ସହିତ ଶତାଧିକ ଦଳୀୟ କର୍ମୀ ବ୍ଲକ ଅଧ୍ୟକ୍ଷଙ୍କ ବାସ ଭବନ ରୁ ଏକ ବିଶାଳ ବିକ୍ଷୋଭ ରାଲିରେ ବାହାରି ବିଜାତଳା ବ୍ଲକରେ ପହଞ୍ଚି ବିଜାତଳା ବ୍ଲକର ବିଡ଼ିଓ ଶ୍ରୀ ବଂଶୀଧର ଖୋସଲାଙ୍କୁ ଉପସ୍ଥିତିରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଥଲେ।