Majhi Transformed 750x430 1

ଆଗାମୀ ଦିନରେ ସଫଳ ହେବ ଆଳୁ ମିଶନ: ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ୱର: ଆଗାମୀ ଦିନରେ ସଫଳ ହେବ ଆଳୁ ମିଶନ। ବିଗତ ଦିନରେ ଫେଲ୍ ମିଶନ ଆଗାମୀ ଦିନରେ ସଫଳ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଗଣମାଧ୍ୟମକୁ ସୂଚନା ଦେଇ ଆଗାମୀ ଦିନରେ ଆଳୁ ମିଶନ ସଫଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓୟୁଏଟି ଉତ୍ସବରେ ସଫଳ ହେବ ଆଳୁ ମିଶନ । ବିଗତ ଦିନରେ ଫେଲ୍ ହୋଇଥିବା ମିଶନ ଆଗାମୀ ଦିନରେ ସଫଳ ହେବ ବୋଲି କହିଛନ୍ତି ମୋହନ। ତେବେ ଆଳୁ ମିଶନ, ପିଆଜ ମିଶନ ଆଦି ସଫଳ କରିବାକୁ ବୈଜ୍ଞାନିକଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କାରଣ ମିଶନ ସଫଳ ହେଲେ ଅନ୍ୟ ରାଜ୍ୟର ଚାପ ଆଉ ରହିବନି। ଆଗାମୀ ଦିନରେ ଆଳୁର ଅଭାବ କି ଅଭାବୀ ବିକ୍ରି ସମସ୍ୟା ରହିବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସେପଟେ ବିରୋଧୀ ନେତାଙ୍କୁ ଟାର୍ଗେଟ କରି ମୋହନ କହିଛନ୍ତି ଯେ, ପୂର୍ବ ସରକାରରେ କୃତ୍ରିମ ସମସ୍ୟା ତିଆରି କରାଯାଇଥିଲା। ଆଳୁ ମିଶନକୁ ନିଜ ସରକାରକୁ ବଞ୍ଚାଇବାକୁ କରିଥିଲେ ପୂର୍ବ ସରକାର। କିନ୍ତୁ ଚାଷୀ ବଞ୍ଚାଇବା କାର୍ଯ୍ୟକ୍ରମ କରି ନ ଥିଲେ। ଏବେ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆଳୁ ଆସିଛି। ଆଉ ଏବେ ଆଳୁ ସମସ୍ୟା ସମାଧାନ ହୋଇଛି।