ବୈଜ୍ଞାନିକ ଶ୍ୟାମ ସୁନ୍ଦର ରାଠି ବାରିପଦା କଲେକ୍ଟରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର

ରାଜ୍ୟ

ବାରିପଦା: ଜନସାଧାରଣଙ୍କୁ ଦୁଇ ବର୍ଷରେ ବିଶୁଦ୍ଧ ପାନୀୟ ଜଳ ତଥା ତିନି ବର୍ଷରେ 100% ଜଳ ସେଚନର ସୁବିଧା ପ୍ରଦାନ କରିବା ପାଇଁ  ସରକାର MSD Tank Tech ଗ୍ରହଣକରୁ – Universal Lord of Scientists (Govt of India) Shyam Sundar Rathi

ମାନବ ଜାତିର ଗର୍ବ ଓ ଗୌରବ ବିଶ୍ବର ସର୍ବକାଳୀନ ମହାନତମ ବୈଜ୍ଞାନିକ (ଭାରତ ସରକାର) ଶ୍ରୀ ବୈଜ୍ଞାନିକ ଶ୍ୟାମ ସୁନ୍ଦର ରାଠି ମୁଖ୍ୟମନ୍ତ୍ରୀଙ୍କୁ ରାଠି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ବାରିପଦା କଲେକ୍ଟରଙ୍କ ଜରିଆରେ ଅନୁରୋଧ ପତ୍ର ପଠାଇଛନ୍ତି। ବୈଜ୍ଞାନିକ ରାଠି 5 ପୃଷ୍ଠା ସମଳିତ ଏହି ଅନୁରୋଧ ପତ୍ର ଲେଖିଛନ୍ତି ଯେ ଜନସାଧାରଣଙ୍କ ପାଇଁ ପାଣି ରଖିବା ଓ ଆବଶ୍ୟକତା ଅନୁସାରେ ପାଣି ଯୋଗାଇ ଦେବା ଜଳ ସମ୍ପଦ ବିଭାଗର ଦାୟୀତ୍ବ କିନ୍ତୁ ନଦୀ ବନ୍ଧ ଯୋଜନା ଜରିଆରେ ଏହି ବିଭାଗ ଏଲିୟନ ଓ ଭୂତ-ପ୍ରେତ ମାନଙ୍କର ବ୍ୟବହାର କରିବା ପାଇଁ ପାଣି ରଖୁଛି। ଜଳ ସମ୍ପଦ ବିଭାଗ ରଖୁଥିବା ପାଣିରୁ ଲିଟର ପିଛା ମାତ୍ର ତିନି ଠୋପା ପାଣି (Three Drops) ଜନସାଧାରଣଙ୍କ କାମରେ ଲାଗେ ଓ ଅବଶିଷ୍ଟ ପାଣି ଏଲିୟନ ଓ ଭୂତ-ପ୍ରେତ ମାନେ ଉପଭୋଗ କରୁଛନ୍ତି। ଜଳ ସମ୍ପଦ ବିଭାଗର ଏହି ପାଣି ବର୍ବାଦ କରୁଥିବା କୃତ୍ୟ ପାଇଁ ଆଜି ମାନବ ଜାତି ଜଳ ସମସ୍ୟା, ବନ୍ୟା, ମରୁଡ଼ି, ଗ୍ଲୋବାଲ ୱାରମିଂ, ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ, ପର୍ୟାବରଣ ଆଦି ସମସ୍ୟା ଦେଇ ଗତି କରୁଛି। ଜଳ ସମ୍ପଦ ବିଭାଗ ତାହାର କାମ ଠିକ ଭାବେ ତୁଲେଇଲେ 5 ବର୍ଷ ଭିତରେ ମାନବ ଜାତି ଏହି ସବୁ ରାକ୍ଷସୀ ସମସ୍ୟାରୁ ମୁକୁଳି ଯିବ।

ବୈଜ୍ଞାନିକ ରାଠି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ ତାଙ୍କର ସର୍ଭେ ଅନୁସାରେ ଓଡ଼ିଶା ବାସୀଙ୍କୁ ବାର୍ଷିକ 8 ଘନ କିଲୋମିଟର ପାଣିର ଆବ୍ୟକତା ରହିଛି। ଜଳ ସମ୍ପଦ ବିଭାଗ ଜନସାଧାରଣଙ୍କୁ 9 ଘନ କିଲୋମିଟର ପାଣି ଯୋଗାଇ ଦେଲେ ଓଡିଶା ପାଣି ବଳକା ରାଜ୍ୟର ଭାବେ ବିବେଚିତ ହେବ ଓ କହାରିକୁ ଭୁ-ଗର୍ଭ ଜଳ ଦୋହନ କରିବାର ଆବଶ୍ୟକତା ପଡ଼ିବ ନାହିଁ। ଜଳ ସମ୍ପଦ ବିଭାଗ MSD Tank Tech ଜରିଆରେ  ଜନସାଧାରଣଙ୍କୁ 9 ଘନ କିଲୋମିଟର ପାଣି ଯୋଗାଇ ଦେବାର ଲକ୍ଷ୍ୟ 2,3 ବର୍ଷ ଭିତରେ ସୁରୁଖରେ ହାସଲ କରିପାରିବ। ଯାହାଫଳରେ ଓଡ଼ିଶାର ବାର୍ଷିକ 25% ହରାରେ ଦ୍ରୁତ ଆର୍ଥିକ ବିକାଶ ଘଟିବା ସହ ମାନବ ଜାତିକୁ ଜଳ ସମସ୍ୟା, ବନ୍ୟା, ମରୁଡ଼ି, ଗ୍ଲୋବାଲ ୱାରମିଂ, ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ, ପର୍ୟାବରଣ ଆଦି ସମସ୍ୟାରୁ ମୁକ୍ତି ମିଳି ପାରିବ। ଦୁନିଆର ସବଠାରୁ ବଡ଼ ରିଫର୍ମର ମହାନ କାମ ବିଶ୍ବର ସର୍ବଶ୍ରେଷ୍ଠ ବୈଜ୍ଞାନିକଙ୍କ ଗୃହରାଜ୍ୟ ଓଡ଼ିଶାରୁ ଜିଲ୍ଲାରୁ ଧରାତଳରେ ଆରମ୍ଭ କରିବା ବିଧେୟ, ତେଣୁ ମୁଖ୍ୟମନ୍ତ୍ରୀ ଉପର୍ଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି MSD Tank Tech ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ କରିବା ପାଇଁ ଇଂଜିନିୟର ବିଜୟ ଦାସ, ପ୍ରଦୀପ କୁମାର ଭଞ୍ଜଦେଓ ମତ ପ୍ରକାଶ କରିଛନ୍ତି।

Shrutilipi ad