ଭୁବନେଶ୍ବର : ହାଇକୋର୍ଟରେ ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲା । ସିସିଟିଭି ନ ଥିବାରୁ ହାଇକୋର୍ଟଙ୍କ ଉଦବେଗ । ଥାନାରେ ସିସିଟିଭି ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଘଟଣା ନେଇ ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୩ ସପ୍ତାହରେ ସିସିଟିଭି ସମ୍ପର୍କିତ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦିଆଯାଇଛି ।
ପୋଲିସ ବା ତଦନ୍ତକାରୀ ସଂସ୍ଥାର ତଦନ୍ତରେ ହସ୍ତକ୍ଷେପ କରିବେନି ହାଇକୋର୍ଟ । ଥାନାରେ ସିସିଟିଭି ଲଗାଇବା ନିର୍ଦ୍ଦେଶକୁ ଅନୁପାଳନ ନିର୍ଦ୍ଦେଶ ଦିଆଯାଇଛି । ସେନା ଅଫିସରଙ୍କ ସହ ଘଟିଥିବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏ ଘଟଣା ପରେ ବିଭିନ୍ନ ଥାନାର ସିସିଟିଭି ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅକ୍ଟୋବର ୮ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଏହି ମାମଲାରେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଆମିକସ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି ହାଇକୋର୍ଟ । ଥାନା ଭିତରେ ଯାହା ଘଟିଲା ତାହା ରହସ୍ୟ ଓ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ।