Photo For The News Of Road

ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

State

ଆଗରପଡ଼ା :ଗାଁକୁ ଥିବା ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଜଣେ ଅସୁସ୍ଥ ବୃଦ୍ଧ ରୋଗୀଙ୍କୁ ଷ୍ଟ୍ରେଚରରେ ବୁହାହୋଇ ଅଧାବାଟ ଅଣାଯିବା ପରେ ଅବଶିଷ୍ଟ ବାଟ ଆମ୍ବୁଲାନ୍ସରେ ବସାଇ ଡ଼ାକ୍ତରଖାନା ନିଆଗଲା । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ ଗ୍ରାମର ଏକା ବାରିକ(୫୫)ନାମକ ଜଣେ ରୋଗୀ ଦୀର୍ଘ ୨ବର୍ଷରୁ ଉର୍ଦ୍ଦ ହେବ ଅସୁସ୍ଥତା କାରଣରୁ ଶଯ୍ୟାସାୟୀ ହୋଇ ଘରୋଇ ଚିକିତ୍ସାରେ ରହିଥିଲେ । ଗୁରୁବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଜିଳ୍ଲା ମୁଖ୍ୟ ଚିକିତ୍ସଳେୟକୁ ନେବା ପାଇଁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ରାସ୍ତା ଅବସ୍ଥା ଶୋଚନୀୟ ହେତୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯିବା ସମ୍ଭବପର ହୋଇପାରି ନଥିବାରୁ ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ଘରପାଖରୁ ପ୍ରାୟ ୧କିମି ରାସ୍ତା ଷ୍ଟ୍ରେଚରରେ ବୋହି ମୁଖ୍ୟ ରାସ୍ତାକୁ ଆଣି ଅପେକ୍ଷାରତ ଆମ୍ବୁଲାନ୍ସରେ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ପୂର୍ବରୁ ଏହି ରାସ୍ତା ଅବସ୍ଥା ଶୋଚନୀୟ ଥିବା ବେଳେ ଗ୍ରାମବାସୀ ନାହ ିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ପରବର୍ତ୍ତୀ ସମୟରେ ପ୍ରାୟ ବର୍ଷେ ତଳେ ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଅନ୍ତର୍ଭୂକ୍ତ କରାଯାଇଥିଲା । ଏବଂ ଲକ୍ଷାଧିକ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି କିନ୍ତୁ ସଂପୃକ୍ତ ଠିକାଦାର ରାସ୍ତା ନିର୍ମାଣରେ ଟାଳଟୁଳ ନିତି ଅବଲମ୍ବନ କରୁଥିବାରୁ ଅସରାଏ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିବା ସହ ରାସ୍ତା ସାରା କାଦୁଅ ପଚପଚ ହେବା ସହ ଗମନାଗମନରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଯାହା ଫଳ ସ୍ୱରୂପ ଗୁରୁବାର ଏକା ବାରିକଙ୍କୁ ସ୍ୱାସ୍ତ୍ୟ କେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସ ଗାଁ ଭିତରକୁ ପସି ପାରି ନଥିଲା । ରାସ୍ତା ସମସ୍ୟାକୁ ନେଇ ସଂପୃକ୍ତ ଠିକାଦାରଙ୍କୁ ଗ୍ରାମବାସୀା ଅଭିଯୋଗ କଲେ ମଧ୍ୟ ସେ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନକୁ ଆଖି ଆଗରେ ରଖି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ରାସ୍ତା ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।