Mada 750x430

ବିଶାକ୍ତ ମଦ ଜନିତ ମୃତ୍ୟୁସଂଖ୍ୟା ୨ କୁ ବଢିଲା

State

ଗଞ୍ଜାମ: ଟିକିଟି ମଦକୁ ନେଇ ବିଜେଡିର ପ୍ରେସ ମିଟ । ଚିକିତ୍ସାଧୀନ ଆବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ । ବିଶାକ୍ତ ମଦ ଜନିତ ମୃତ୍ୟୁ ଦୁଇକୁ ବୃଦ୍ଧି ହେଲା । ମୃତକ ଜଣକ ଜେନାପୁର ଗାଁର ବୋଲି ଜଣା ପଡିଛି । । ଗତକାଲି ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିଲା । ଏମକେସିଜି ମେଡିସିନ ଓ୍ଵାର୍ଡରେ ଚିକିତ୍ସାଧୀନ ଥିଲେ । ଫ୍ୟାକ୍ଟ ଫାଇଣ୍ଡ ଟିମ ଘଟଣା ସ୍ଥଳକୁ ଯାଇସ୍ଥିତି ଅନୁଧ୍ୟାନ କରିବେ । ଟିକିଟି ମଦ ପ୍ରସଙ୍ଗରେ ମଧ୍ୟ ଗୃହରେ ପ୍ରସଙ୍ଗ ଉଠିଛି । ରାଜ୍ୟରେ ମଦ ବିକ୍ରି କଥାକୁ ନେଇ ତାଳମେଳ ରହୁନାହିଁ । ମଦ ଦୋକାନ ଖୋଲିବନି କହି ନୂଆଁ ଦୋକାନ ଖୋଲୁଛନ୍ତି ।

୧୭ ଜଣ ଗୁରୁତରଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ୱାର୍ଡରେ ୧୨ ଜଣଏବଂ ICUରେ ୨ ଜଣ ଚିକିତ୍ସିତ ହେଉଛନ୍ତି। ବିଷାକ୍ତ ମଦ ପିଇବା ଘଟଣାରେ ଗତକାଲି ମାଷ୍ଟର ମାଇଣ୍ଡ ସୁରେନ୍ଦ୍ର ମଳିକ ସମେତ ୭ଜଣ ଗିରଫ ହୋଇଛନ୍ତି । ମାଉନ୍ଦପୁର ଗାଁରେ ଅବକାରୀ ବିଭାଗ ଓ ପୋଲିସ ଚଢାଉ କରି ଜବତ କରିଛି ୫୫ଲିଟର ଦେଶୀ ମଦ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅବକାରୀ କମିଶନର ନରସିଂହ ଭୋଳ ମେଡିକାଲରେ ପହଞ୍ଚି ଘଟଣାର ତନାଘନା କରିଛନ୍ତି। ଚଢଉ ବେଳେ ୨ଜଣଙ୍କୁ ଘରୁ ୬୦ ଲିଟର ବିଷାକ୍ତ ତଥା ଅପମିଶ୍ରିତ ମଦ ଜବତ ହୋଇଛି । ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ।