Rsz Skilled In Odisha 3 527x336 1

ଉଚ୍ଚଶିକ୍ଷା ବିଭାଗ ସହ ଯୋଡି ହେଲା ଦକ୍ଷତା ବିକାଶ

State

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ସହ ଯୋଡି ହେଲା ଦକ୍ଷତା ବିକାଶ | ଆଉ ଏଣିକି ଯୁକ୍ତ ୩ ଓ ବିଟେକ ଛାତ୍ରଛାତ୍ରୀ ବି ପାଇଁ ଦକ୍ଷତା ବିକାଶର ତାଲିମ ପାଇପାରିବେ | ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କୋରସେରା ସହ ଚୁକ୍ତି ସ୍ଵାକ୍ଷର କରିଛି | କୋରସେରା ୩୦ ଜିଲ୍ଲାରେ ୬୦୦୦ ପାଠ୍ୟକ୍ରମ ଦେବ। ବିଟେକ, ପଲିଟେକନିକ୍, ଆଇଟିଆଇ ଆଦି କ୍ଷେତ୍ରରେ ୧ ଲକ୍ଷରୁ ଅଧିକ କୋର୍ସ ପାଇଁ ଲାଇସେନ୍ସ ଦିଆଯିବ । ଡିଜିଟାଲ ଜରିଆରେ କେବଳ ଅନଲାଇନରେ ସ୍କିଲ ଇନ ଇଣ୍ଡିଆ ୱେବସାଇଟରେ ରେଜିଷ୍ଟ୍ରେସନ କରି ଏଆଇ ଓ କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ଭଳି କୋର୍ସ କରିପାରିବେ ଛାତ୍ରଛାତ୍ରୀ |

ଏହା ଛଡା ଡାଟା ସାଇନ୍ସ, ରୋବଟିକ୍ସ, ବ୍ୟାଙ୍କିଙ୍ଗ ଭଳି ପାଠ୍ୟକ୍ରମ ମଧ୍ୟ ଇଛୁକ ଛାତ୍ରଛାତ୍ରୀ କରିପାରିବେ | ୧ ବର୍ଷର ପାଠ୍ୟକ୍ରମ ରହିଥିବାବେଳେ ଚଳିତ ଶିକ୍ଷା ବର୍ଷଠାରୁ ଏହା ପ୍ରଦାନ କରାଯିବ | ସେହିପରି ଦିଲ୍ଲୀ ଆଇଆଇଟି ସହ ଯୋଡି ହେବ ଆଇଟିଆଇ ଓ ବିଟେକ ଛାତ୍ର | ଆଇଆଇଟି ଦିଲ୍ଲୀ ସହ ଏମଓୟୁ ହୋଇଛି | ଏହା ଦ୍ୱାରା ପ୍ରାୟ ୪ ହଜାର ପିଲା ଏଆଇ, ଭରଚୁଆଲ ରିଆଲିଟି ଭଳି କୋର୍ସ କରିପାରିବେ | ଆଇଆଇଟି ଦିଲ୍ଲୀ ଓ ମୁମ୍ବାଇର ପ୍ରଫେସର ଅନଲାଇନରେ କ୍ଲାସ ନେବେ | ଏହା ନିଯୁକ୍ତି ପାଇଁ ଯୁବକଙ୍କୁ ସାମର୍ଥ୍ୟ କରାଇବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ | ସେପଟେ ଆଭିଏସନ ସେକ୍ଟରରେ ତାଲିମ ପାଇ ନିଯୁକ୍ତି ପାଇଲେ ଓଡ଼ିଆ ଛାତ୍ରଛାତ୍ରୀ | ଏଆଇ ସେଟସ ଓ ବାର୍ଡସ ଗ୍ରୁପରେ ଟ୍ରେନିଂ ନେଉଥିବା ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ ମନ୍ତ୍ରୀ |