Mao 750x430 1

ଆତ୍ମସମର୍ପଣ କଲା ଛତିଶଗଡ଼ି ନାବାଳକ ମାଓବାଦୀ

State

ମାଲକାନଗିରି: ଆତ୍ମସମର୍ପଣ କଲା ନାବାଳକ ମାଓବାଦୀ l ଦକ୍ଷିଣ ପଶ୍ଚିମାଞ୍ଚଳ ଜିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ନାବାଳକ ମାଓବାଦୀ l ନାବାଳକ ମାଓବାଦୀ ଜଣଙ୍କ ଛତିଶଗଡ଼ ସୁକମା ଅଞ୍ଚଳର ହୋଇଥିବା ବେଳେ ଗତ ୮ ମାସ ହେଲା ସେ ମାଓବାଦୀ କାର୍ଯ୍ୟରେ ସଂପୃକ୍ତ ଥିଲା l ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ଥିଲା ଉକ୍ତ ନାବାଳକ ମାଓବାଦୀ l

ସୂଚନା ଅନୁସାରେ, ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି ଜଣେ ଛତିଶଗଡ଼ି ନାବାଳକ ମାଓବାଦୀ। ଆତ୍ମସମର୍ପଣ କରିଥିବା ନାବାଳକ ମାଓବାଦୀ ଜଣଙ୍କ ହେଉଛନ୍ତି ମୁକେଶ କୋଷା। ସେ ସୁକୁମା ଜିଲା ସିଲ୍ଲଗେର ଗ୍ରାମର ଅଧିବାସୀ। ୨୦୨୩ରେ ସେ ମାଓ ସଂଗଠନରେ ସାମିଲ ହୋଇଥିଲେ। ଦୀର୍ଘ ୮ମାସ ହେବ ମାଓ ସଂଗଠନରେ କାର୍ଯ୍ୟ କରି ବହୁ ହିଂସା କାଣ୍ଡରେ ସାମିଲ ଥିଲେ ମୁକେଶ। ତାଙ୍କୁ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରି ଥଇଥାନ ଲାଗି ପଦକ୍ଷେପ ନିଆଯିବ ବୋଲି ଡିଆଇଜି ଚରଣ ସିଂହ ମୀନା କହିଛନ୍ତି।