Img 20240724 Wa0219

ବିଏଫଟି ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ନିୟମିତ ଦରମା ସହିତ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବୀ

State

ବାରିପଦା: ଓଡିଶା ରାଜ୍ୟ ର ୧୦ ଗୋଟି ଜିଲ୍ଲାର ୫୫୩ ଜଣ ବିଏଫଟି ଦୀର୍ଘ୬ ବର୍ଷ ହେବ ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ହେଉଥ‌ିବା ସମସ୍ତ କାର୍ଯ୍ୟରେ ଯନ୍ତ୍ରୀ ମାନଙ୍କୁ ସହଯୋଗ କରିଆସୁଥିବା ସହ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତ କାର୍ଯ୍ୟ ତୁଲାଇ ଆସୁଛନ୍ତି |

ମାତ୍ର ଏମାନଙ୍କୁ ଦୀର୍ଘ ୬ ବର୍ଷ ଧରି ମ୍ୟାଟେରିଆଲ କଣ୍ଟିଜେନସି ରୁ ୮/୯ ମାସରେ ଥରେ ଦରମା ପାଉଥ‌ିବା ଫଳରେ ପରିବାର ପ୍ରତିପୋଷଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏଣୁ ବିଏଫଟି ସଙ୍ଘ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝିଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ ପୂର୍ବକ ନିୟମିତ ଦରମା ସହିତ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଏବଂ ସ୍ଥାୟୀ ନହେବା ପର୍ଯ୍ୟନ୍ତ ମ୍ୟାଟେରିଆଲ କଣ୍ଟିଜେନସି ବଦଳରେ ଏଡମିନ କଣ୍ଟିଜେନସିରୁ ଦରମା ପ୍ରଦାନ କରିବାକୁ ଦାବୀ କରାଯାଇଛି | ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଭାପତି ସୁଶାନ୍ତ କୁମାର ପଣ୍ଡା, ସାଧାରଣ ସମ୍ପାଦକ ଅଶୋକ କୁମାର ବାଗ, ଉପଦେଷ୍ଟା ଶଙ୍କର୍ଷଣ ମଲ୍ଲିକ, ଦିଲ୍ଲୀପ କୁମାର ବେହେରା, ସିମାଞ୍ଚଳ ପାଲକି, ଉପସଭାପତି ଯଶକିରଣ ବେଶ୍ରା, ଗୋବର୍ଦ୍ଧନ ଡ଼ଙ୍ଗାରି, ଅରୁଣ କୁମାର ସେଠୀ, ରଂଜିତ ମଣ୍ଡଳ, ଯୁଗ୍ମ ସମ୍ପାଦକ ଜୟନନ୍ଦ ଶତନାମୀ, ନରେଶ ପାଣିଗ୍ରାହୀ, ଭାଗିରଥି ନାଏକ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ |