Photo For The News Of Sambardhana Sabha

ଅବସରକାଳୀନ ସମ୍ବର୍ଦ୍ଧନା ସଭା

State

ଆଗରପଡ଼ା :ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତ୍ରିସାଲିଆର ପ୍ରାକ୍ତନ ପ୍ରଧାନଶିକ୍ଷକ ଦେବେନ୍ଦ୍ର ମଲ୍ଲିକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରାବଣୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ଲକ୍ଷ୍ମିଧର ପୃଷ୍ଟି ସଭା ସଂଚାଳନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବିଶିଷ୍ଟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଶିକ୍ଷା ତାଲିମ ଅନୁଷ୍ଠାନ ଅଧ୍ୟକ୍ଷ କାର୍ତ୍ତିକେଶ୍ୱର ରାଉଳ,ମୁଖ୍ୟ ବକ୍ତା ଭାବେ ବଉଳା ମହାବିଦ୍ୟାଳୟ ଅଧ୍ୟାପକ ଫକିର ଚରଣ ଶଂଖୁଆ, ସମ୍ମାନିତ ଅତିଥି ଭାବେ ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାସ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭାଷ୍କର ଚନ୍ଦ୍ର ପାଢୀ, ଅଲେଖ ଚନ୍ଦ୍ର ନାୟକ, ଅଜୟ ପୃଷ୍ଟି, ମହାନ୍ତିପଡ଼ା ସରପଂଚ ନିହାର ରଂଜନ ପଣ୍ଡା,ସମିତି ସଭ୍ୟ ନିର୍ମଳ ନାୟକ, ସମାଜସେବୀ ନନ୍ଦ କିଶୋର ନାୟକ, ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା, ସଂପାଦକ ଓଲଷ୍ଟା ପ୍ରଣୟ ସିଂହ, ସିଆରସିସି ନିରଜଂନ ଖିଲାର,ଏସ୍‌ଏମ୍‌ସି ସଭାପତି ରଣଜିତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ସଭାକୁ ପରିଚାଳନାରେ ଏକାଦଶୀ ମ.ଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜଗନ୍ନାଥ ମଲ୍ଲିକ, ସମାଜସେବୀ ଚିତ୍ତରଂଜନ ସାମନ୍ତରାୟ, ଗୀତାଜଂଳୀ ସାହୁ, ପୁଷ୍ପାରାଣୀ ନାୟକ, ସାବିତ୍ରୀ ପରିଡ଼ା, ଲକ୍ଷ୍ମିଧର ପୃଷ୍ଟି ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଏସ୍‌ଏମ୍‌ସିର ସମସ୍ତ ସଭ୍ୟସଭ୍ୟା ସହାୟତା କରିଥିଲେ ।