Img 20250207 Wa0169

ଶ୍ରୀ ରାମଚନ୍ଦ୍ରପୁର ଉର୍ଦୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

State

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୬ ୱାର୍ଡ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ସରକାରୀ ଉର୍ଦୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ, କାଉନସିଲର ଦୀପ୍ତିରାଣୀ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ଡଃ ସ୍ନେହଲତା ବେହେରା, ସି ଆର ସି ସି ଧନଞ୍ଜୟ ସାହୁ ପ୍ରମୁଖ ଅତିଥି ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ କାନନମୟୀ ମହାନ୍ତିଙ୍କ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବାଙ୍କିଶୋଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୀତାରାଣୀ ନାୟକ ଓ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ବାସନ୍ତୀ ମଞ୍ଜରୀ ଟିପିରିଆ ଉପସ୍ଥିତ ରହି ଶ୍ରୀମତୀ ମହାନ୍ତିଙ୍କ କାର୍ଯ୍ୟକଳାପ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇ ରହିବ ବୋଲି ପ୍ରକାଶ କରିଥିଲେ I ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ମଞ୍ଜୁବାଳା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶେଖ ରାଜା ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର ସମୟ ସୁଖମୟ ହେବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ I ଭାବ ବିହ୍ଵଳ ବିଦାୟକାଳୀନ ପରିବେଶ ମଧ୍ୟରେ ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କୁ କମିଟି ଓ ବିଦ୍ୟାଳୟ ତରଫରୁ ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା I ଜିନାନାତୁନ ବିବି ଓ ସାବେରୁନ ଖାତୁନ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I