Photo For The News Of Gosthi Parimala Kendra

ଉଦ୍‌ଘାଟନକୁ ବର୍ଷେ ପୂରିବ, ବ୍ୟବହାର ଯୋଗ୍ୟ ହୋଇ ପାରୁନି ଗୋଷ୍ଠୀ ପରିମଳ କେନ୍ଦ୍ର

State

ଆଗରପଡ଼ା, :ଉଦ୍‌ଘାଟନକୁ ଏକ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ନିର୍ମାଣାଧିନ ପ୍ରକଳ୍ପ ବ୍ୟବହାର ଯୋଗ୍ୟ ହୋଇନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ସଦରମହକୁମାରେ ବନ୍ତ ପଂଚାୟତ ଓ ବନ୍ତ ବ୍ଲକର ମିଳିତ ଆର୍ଥିକ ସହାୟତାରେ ବନ୍ତ ଥାନାଛକ ନିକଟରେ ନିର୍ମିତ ହୋଇଥିବା ଗୋଷ୍ଠୀ ପରିମଳ କେନ୍ଦ୍ର ଠାରେ । ସୂଚନା ଅନୁଯାୟୀ;୨୦୦୦-୨୧ ଆର୍ôଥକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଭଦ୍ରକ ଆନୁକୁଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ୫ମ ଏସଏଫସି(ପିଏସ)ଯୋଜନାରେ ୩ଲକ୍ଷରୁ ଅଧିକ ଅଟକଳ ମୂଲ୍ୟରେ ଏକ ଗୋଷ୍ଠୀ ପାଇଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ୨ବର୍ଷ ପରେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନହେବାରୁ ୨୦୨୨-୨୩ ଆର୍ôଥକ ବର୍ଷରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଅନୁମୋଦିତ ୭ଲକ୍ଷଟଙ୍କାରେ ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ପରେ ଗତ ଅଗଷ୍ଟ ମାସ ୨୪ ତାରିଖରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ,ଜିଲ୍ଲାପାଳ(ଭଦ୍ରକ)ସିଦ୍ଧେଶ୍ୱର ବଳିରାମ ବୋନ୍ଦର,ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ବ୍ଳକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ,ବିଡ଼ିଓ ପ୍ରଦୀପ ସେଠୀ ପ୍ରମୁଖଙ୍କ ଉପସ୍ଥିତିରେ ବିଧାୟକ ପ୍ରଫୁଲ୍ଲ ସାମଲ ଏହାକୁ ଉଦ୍‌ଘାଟନ କରିଥିଲେ । ଇତି ମଧ୍ୟରେ ଉଦ୍‌ଘାଟନକୁ ଏକବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଗୋଷ୍ଠୀ କେନ୍ଦ୍ରଟିରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଏହା ବ୍ୟବହାର ଯୋଗ୍ୟ ହୋଇନପାରି ପଡ଼ିରହିଛି । ଯଦ୍ୱାରା ଏହା ସାଧାରଣ ଲୋକଙ୍କ ବ୍ୟବହାରରେ ଲାଗି ପାରୁନାହିଁ । ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଉକ୍ତ ସମସ୍ୟାକୁ ନେଇ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଦୀପ ସେଠୀଙ୍କୁ ଯୋଗାଯୋଗ କରିବାରୁ ଉକ୍ତ କେନ୍ଦ୍ର ବନ୍ତ ପଂଚାୟତକୁ ହସ୍ତାନ୍ତର କରାଯାଇଥିବା କହିଥିଲେ । କେନ୍ଦ୍ରଟିରେ ଲାଗି ରହିଥିବା ସମସ୍ୟାର ସମାଧାନ ନକରି କିପରି ଏହା ପଂଚାୟତକୁ ହସ୍ତାନ୍ତର କରାଗଲା ତାହା ସାଧାରଣରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ବିଭାଗୀୟ ଅଧିକାରୀ ଉକ୍ତ ପ୍ରକଳ୍ପରେ ଲାଗିରହିଥିବା ସମସ୍ୟାର ଶୀଘ୍ର ସମାଧାନ କରି ଏହାକୁ ଲୋକମାନଙ୍କ ବ୍ୟବହାର ଯୋଗ୍ୟ କରିବାରେ ଚେଷ୍ଟି ହେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।