Onn 3

ଆଗରପଡ଼ା-ବରପଦା ରାସ୍ତା, ମରାମତି ଆଳରେ ଚାଲିଛି ଠକେଇ

State

ଆଗରପଡ଼ା : ବହୁ ପ୍ରତିବାଦ ଓ ଅଭିଯୋଗ ପରେ ସ୍ଥାୟୀ ରାସ୍ତା ନିର୍ମାଣ ପରିବର୍ତ୍ତେ ବିଭାଗ ତରଫରୁ ରାସ୍ତାର ମରାମତି କରାଯାଉଥିଲେ ସୁଦ୍ଧା ଉକ୍ତ ମରାମତି କାର୍ଯ୍ୟକୁ ଦେଖିଲେ ମରାମତି ଆଳରେ ଠକେଇ ଚାଲିଥିବା ଅଭିଯୋଗ ହେଉଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୂର୍ତ୍ତବିଭାଗ ଅଧୀନସ୍ଥ ଆଗରପଡ଼ା-ବରପଦା ରାସ୍ତାରେ । ସୂଚନା ଅନୁଯାୟୀ ;ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଗତ ମାସ ୧୯ ତାରିଖ ଠାରୁ ଆଗରପଡ଼ା-ବରପଦା ରାସ୍ତାର ଉଭୟ ପଟୁ ଫାଟିଥିବା ରାସ୍ତାର ମରାମତି କାମ ଚାଲିଛି । ଇତି ମଧ୍ୟରେ ରାସ୍ତା ମରାମତି କାମକୁ ୨୦ ଦିନ ବିତିଯାଇଛି ଓ ରାସ୍ତାରେ ତାଳିପକା କାମ ଚାଲିଛି । କିଛି ଦିନ ତଳେ ଉକ୍ତ ତାଳିପକା କାମକୁ ଏକାଧିକ ଠିକାଦାର କରୁଥିବାରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାମ ଦେଖିବାକୁ ମିଳୁଛି ଏବଂ ବିଛା ହେଉଥିବା ମେଣ୍ଟାଲ ରେ ତାରତମ୍ୟ ରହୁନଥିବା ପରିଲକ୍ଷିତ ହେଉଥିବାର ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶିତ ହେବା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ବିଭାଗର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ବିଭାଗ କାହିଁକି ନୀରବଦ୍ରଷ୍ଟା ସାଜିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବଂ ଏହା କେବଳ ଠିକାଦାର ତ୍ରୁଷ୍ଟିକରଣ ପାଇଁ ବ୍ୟବସ୍ଥା ବୋଲି ଆଲୋଚନା ହେଉଛି ।

ଅପରପକ୍ଷରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଜାମ୍ବବଣୀ ଛକ ଠାରୁ ବରପଦା ପର୍ଯ୍ୟନ୍ତ ମରଣକୁ ଡ଼ାକୁଥିବା ପରିସ୍ଥିତିରେ ପହଂଚିଥିବା ରାସ୍ତାକୁ ମରାମତି କରୁଥିବା ଠିକାଦାର ମରାମତି ଆଳରେ ଠକେଇ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ମରାମତି ପୂର୍ବରୁ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ ଦବି ଯିବା ସହ ରାସ୍ତା ପୁରା ଫାଟି ମରଣକୁ ଡ଼ାକୁଥିବା ପରିସ୍ଥିତିରେ ପହଂଚିଥିବା ଦେଖିବାକୁ ମିଳିଥିଲା । ଏବେ ଉକ୍ତ ରାସ୍ତାକୁ ମରାମତି କରୁଥିବା ଠିକାଦାର ଫାଟିଥିବା ଓ ଦବିଥିବା ସ୍ଥାନକୁ ଖୋଳି ନୂଆ ମେଣ୍ଟାଲ ବିଛେଇ କାମ କରିବା ପରିବର୍ତ୍ତେ ସେହି ପୁରୁଣା ମେଣ୍ଟାଲ ଓ ପିଚୁକୁ ପୂର୍ନବାର ତା ଉପରେ ଖେଳେଇ ତାକୁ ରୋଲିଙ୍ଗ କରିଥିବାର ଦେଖିବାକୁ ମିଳିଛି । ଅନ୍ୟ ସ୍ଥାନ ମାନଙ୍କରେ ଉକ୍ତ ବ୍ୟସ୍ତ ବହୁଳ ରାସ୍ତା ଉପରେ ମେଣ୍ଟାଲ ସବୁ ଢାଳି ରାସ୍ତାର ଉଭୟ ପାଶ୍ୱର୍କୁ ସଙ୍ଗୁଚିତ କରାଯାଇ କାମ କରାଯାଉଥିବାର ରାତ୍ରୀ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ବିଭାକ ତରଫରୁ ମରାମତି ବାବଦରେ ଖର୍ଚ୍ଚ ହେଉଥିବା ଲକ୍ଷଲକ୍ଷ ଟଙ୍କାକୁ ଆଖି ଆଗରେ ରଖି ମରାମତି ଆଳରେ ଠକେଇ କରୁଥିବା ଠିକାଦାର ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।

eew