Onn 3

ଜନଗଣନାରେ ଅହେତୁକ ବିଳମ୍ବ, ସରକାରୀ ଯୋଜନାରୁ ଯୋଗ୍ୟ ହିତାଧିକାରି ବଞ୍ଚିତ

State

ଆଗରପଡ଼ା :କରୋନା ମହାମାରୀ ଯୋର୍ଗୁ ଦେଶରେ ୨୦୨୦-୨୧ ମସିହାରେ ଜନଗଣନା କାର୍ଯ୍ୟ ହୋଇପାରିନଥିବା ବେଳେ ବିଗତ ୩ବର୍ଷରେ ମଧ୍ୟ ଏଥି ନେଇ ପ୍ରକ୍ରିୟା ଆରମ୍ଭ ହୋଇନି । ଫଳରେ ବହୁ ଯୋଗ୍ୟ ସରକାରୀ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ସୂଚନା ଯୋଗ୍ୟ ଯେ ୨୦୧୧ ଜନଗଣନା ଆଧାରରେ ପରିବାରଗୁଡ଼ିକୁ ବିଭିନ୍ନ ଜନହିତକର ଯୋଜନାରେ ସାମିଲ କରାଯାଇଛି । ହିତାଧିକାରୀ ତାଲିକାରେ ନୂଆ ଯୋଗ୍ୟ ବ୍ୟକ୍ତି ଯୋଡ଼ି ହୋଇ ପାରୁନାହାନ୍ତି । ସମାଜର ନିମ୍ନ ସ୍ତରରେ ବସବାସ କରୁଥିବା ପ୍ରକୃତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାର ଜନଗଣନା ରିପୋର୍ଟ ମୁଖ୍ୟ ଭୂମିକା ନେଇଥାଏ । ହେଲେ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇପାରିନି । ୨୦୨୧ମସିହାରେ ପ୍ରସୃତ ହୋଇଥିବା ରିପୋର୍ଟରେ କେତେକ ଅଂଚଳରେ ତୃଟି ପରିଲକ୍ଷିତ ହୋଇଛି । ଫଳରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ପାଇଁ ପ୍ରସ୍‌ୃତ ରିପୋର୍ଟ କୁ ସବ୍ରାଗ୍ରେ ଏହାକୁ ଗରୁତ୍ୱ ଦିଆ ଯାଉଥିବାରୁ କେତେକ କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ବଂଚିତ ହେଉଥିବାର କୁହାଯାଉଛି । ବନ୍ତ ବ୍ଲକରେ ଏହି ତାଲିକାକୁ ଆଧାର କରି ରାସନ କାର୍ଡ,ପ୍ରଧାନମନ୍ତ୍ରୀ ଆବାସ ଯେଜନା,ବିଜ୍ଜୁ ପକ୍କାଘର କାଳିଆ ଯୋଜନା ସହ ଅନ୍ୟାନ୍ୟ ଯୋଜନା ରେ ଏହାକୁ ସବୁଠୁ ବେଶି ଗୁରୁତ୍ୱ ଦିଆଯାଉଛି । ଫଳରେ ଏହି ତୃଟି ପୁର୍ଣ୍ଣ ତାଲିକା ଯୋଗୁଁ କେତେକ କ୍ଷେତ୍ରରେ ଯୋଗ୍ୟ ହିତାଧିକାରୀ ମାନେ ବଂଚିତ ହେଉଥିବାର ଅଭିଯୋଗ ହେଉଛି । ସର୍ଭେ ସମୟରେ ପୃଥକଭାବେ ରହୁଥିବା ପରିବାରର ତାଲିକା ଏକାର୍ନ୍ନବର୍ତ୍ତୀ ପରିବାରର ସଂଯୁକ୍ତ ହୋଇଥିଲାବେଳେ କେତେକ ପରିବାରର ସଦସ୍ୟଙ୍କ ନାମ ମଧ୍ୟ ତାଲିକାରେ ସ୍ଥାନ ପାଇନାହିଁ । କେତେକ ବ୍ୟକ୍ତି ବିଶେଷ ଙ୍କର ଯାନ ବାହାନ ,ଚାକିରୀ ନଥିବା ବେଳେ ,ସେମାନଙ୍କର ସରକାରୀ ଚାକିରୀ, ଚାରି ଚକିଆ ଗାଡ଼ି,ପକ୍କା ଗୃହ ଥିବାର ଦେଖାଯାଇଛି । ଏହି ତୃଟି ପୁର୍ଣ୍ଣ ତାଲିକା କୁ ଆଧାରକରି ସରକାରୀ ଯୋଜନାର ସୁବିଧା ସୁଯୋଗ ପ୍ରଦାନକରାଯାଉଥିବାରୁ ଏଥିରୁ ପ୍ରକୃତ ହିତାଧିକାରୀମାନେ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି । ଏହି ସମସ୍ୟାକୁ ର ସୁଧାରକୁ ନେଇ ଜନସାଧାରଣ ଏହାର ସଂଶୋଧନ ପାଇଁ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ବିଭିନ୍ନ ପରିବାରର ଜନସଂଖ୍ୟା ,ପରିବାର ସଂଖ୍ୟା ସହ ଆର୍ଥନୈତିକ ସ୍ଥିତିରେ ପରିବର୍ତ୍ତନ ହୋଇଥିବାରୁ ତୁରନ୍ତ ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଦାବି ହେଉଛି ।