Onn 3

୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗିରଫ

National & International State

Rape-Victim-1-750x430

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଦୁଷ୍କର୍ମ ପରେ ଅର୍ଦ୍ଧନଗ୍ନ ଅବସ୍ଥାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ୧୫ ବର୍ଷୀୟା ପୀଡ଼ିତା ନାବାଳିକା ଜଣକ ଘର ଘର ବୁଲି ସହାୟତା ପାଇଁ ଯାଉଥିବା ସମୟର ଭୟାନକ ଦୃଶ୍ୟ ସିସିଟିଭିରେ କୈଦ ହେବାପରେ ଏହାକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।
ଅଟୋ ଚାଳକଙ୍କୁ ପୁଲିସ ପଚରାଉଚରା କରିବା ପରେ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଧରାପଡ଼ିବା ପରେ ପୁଲିସ ହାତରୁ ଖସିପଳାଉଥିବା ବେଳେ ତାକୁ ଗୋଡ଼ାଇ ଗୋଡ଼ାଇ ମାଡ଼ି ବସିଥିଲା ପୁଲିସ୍ ଟିମ୍। ଅସ୍ତ୍ରୋପଚାର ପରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପୁଲିସ କହିଛି। କିନ୍ତୁ ସେ ଅସୁସ୍ଥ ଥିବାରୁ ସେମାନେ ଏପର୍ଯ୍ୟନ୍ତ ପୀଡ଼ିତା ଠାରୁ କୌଣସି ବୟାନ ନେଇନାହାନ୍ତି। ସେ କେଉଁଠୁ ଆସିଛନ୍ତି, ତାଙ୍କ ପିତାମାତା କିଏ କିମ୍ବା ଅନ୍ୟ କୌଣସି ସମ୍ପର୍କୀୟଙ୍କ ସଂପର୍କରେ ସେ କିଛି କହିପାରୁନାହାନ୍ତି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ରିପୋର୍ଟରୁ ପ୍ରକାଶ, ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଜଣେ ୧୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରି ତାକୁ ଅତ୍ୟନ୍ତ ଅମାନୁଷିକ ଭାବେ ଅର୍ଦ୍ଧନଗ୍ନ ଏବଂ ରକ୍ତାକ୍ତ ଅବସ୍ଥାରେ ସହରର ଦାଣ୍ଡି ଆଶ୍ରମ ନିକଟସ୍ଥ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଇଥିଲା। ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଦୃଶ୍ୟ ଅନୁଯାୟୀ ନାବାଳିକା ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ଏକ ଅଞ୍ଚଳରେ ଚାଲୁଥିବାବେଳେ କିଛି ବ୍ୟକ୍ତିଙ୍କୁ ସାହାଯ୍ୟ ମାଗିଥିଲା, କିନ୍ତୁ ସେମାନେ ନାବାଳିକାକୁ ଘଉଡ଼ାଇ ଦେଇଥିଲେ। ଆଉ କେତେଜଣ ଶିଶୁକୁ ସହାୟତା ଦେବା ବଦଳରେ କବାଟ କିଳି ଦେଇଥିଲେ।
ସହାୟତା ପାଇଁ ପ୍ରାୟ ଦେଢ଼ ଘଣ୍ଟା କାଳ ବୁଲିବା ପରେ ପୀଡ଼ିତା ନାବାଳିକାକୁ ପୁଲିସ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପରବର୍ତ୍ତୀ ସମୟରେ ତାକୁ ଚିକିତ୍ସା ପାଇଁ ଇନ୍ଦୋର ପଠା ଯାଇଥିଲା। ପରବର୍ତ୍ତୀ ସମୟରେ ପୁଲିସ ଘଟଣା ସଂପର୍କରେ ଏକ ମାମଲା ରୁଜୁ କରିବା ସହ ଦୋଷୀକୁ ଧରିବା ପାଇଁ ଏକ ଏସ୍‌ଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରିଥିଲା। ନାବାଳିକାର ମେଡିକାଲ ପରୀକ୍ଷାରୁ ଜଣାପଡ଼ଥିଲା ଯେ ସେ ଦୁଷ୍କର୍ମର ଶିକାର ହୋଇଥିଲା।