Onn 3

ବଡଦାଣ୍ଡ ହେଲା ଭକ୍ତିମୟ-ମାଉସୀ ମା ମନ୍ଦିର ସମ୍ମୁଖରେ ତିନି ଠାକୁର

Religion and Cult State

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ବାରିପଦା ରଥଯାତ୍ରାର ଆଜି ଥିଲା ରଥଟଣାର ଦ୍ୱିତୀୟ ଦିନ । ଆଜିକାର ପାଗଥିଲା ବେଶ ଅନୁକୂଳ । ଅପରାହ୍ନରେ ଅସରାଏ ବର୍ଷାପରେ ରଥଟଣା ସମୟରେ ଆକାଶଥିଲା ମେଘାଛନ୍ନ । ଭକ୍ତ ଉକ୍ରଣ୍ଠାର ସହିତ ଅପେକ୍ଷା କରିଥିଲେ କାଳିଆ ଠାକୁର ଙ୍କ ରଥ ଟାଣିବାକୁ । ବଡଦାଣ୍ଡ ହୋଇଥିଲା ଲୋକାରଣ୍ୟ । ଗତକାଲି ପ୍ରଥମ ଦିନରେ ବଡଠାକୁର ପ୍ରଭୁ ବଳଭଦ୍ର ଙ୍କ ରଥ ଆସି ପହଞ୍ଚିଥିଲା ମାଉସୀ ମାମନ୍ଦିର ସମ୍ମୁଖରେ । ମା ସୁଭଦ୍ରା ଙ୍କ ରଥ ଅଟକିଥିଲା ଟାଉନଥାନା ସମ୍ମୁଖରେ । ମଙ୍ଗଳବାର ତିନି ଦିଅଁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ହୋଇଥିଲେ । ଦ୍ୱିତୀୟ ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ପହଣ୍ଡି ପର ଦୁଇ ଦିନ ଧରି ରଥଟଣା ହୋଇଥାଏ । ଗତକାଲି ପ୍ରଥମ ଦିନ ର ରଥ ଟଣା ପରେ ଆଜି ଦ୍ୱିତୀୟ ଦିନରେ ପୂର୍ବରୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ ହୋଇଥିବା ରଥଟଣା ସମୟ ଅନୁଯାୟୀ ଅପରାହ୍ନ ୨.୩୦ ମିନିଟ ସମୟରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟକ୍ରମ । ଶଙ୍ଖ , ହୁଳୁହୁଳି , ଘଣ୍ଟ ଘଣ୍ଟା , ହରିବୋଲ , ସଂକୀର୍ତ୍ତନ , ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ବଡଦାଣ୍ଡ । ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦୋଳନ ରଥକୁ ପୂର୍ବପ୍ରଥା ତଥା ପରମ୍ପରା ଅନୁଯାୟୀ କେବଳ ମହିଳାମାନେ ବଡଦାଣ୍ଡର ଅଧାବାଟରୁ ଟାଣିଆଣି ମାଉସୀ ମାନ୍ଦିର ସମ୍ମୁଖରେ ସମୟରେ ପହଞ୍ଚାଇଥିଲେ । । ଅପରାହ୍ନ ୩.୨୫ ମିନିଟ ସମୟରେ ମା ସୁଭଦ୍ରାଙ୍କ ରଥ ଆସି ଭକ୍ତ ମାନଙ୍କ ଗହଣରେ ପହଞ୍ଚିଥିଲା ମାଉସୀମା ମନ୍ଦିର ନିକଟରେ । ଏହାପରେ ଆରମ୍ଭ ହୋଇଥିଲା କାଳିଆ ଠାକୁର ଙ୍କ ନନ୍ଦିଘୋଷ ରଥଟଣା । ଭକ୍ତମାନେ ଅତି ଉତ୍କଣ୍ଠାର ସହିତ ଚାହିଁବସିଥିଲେ କାଳିଆ ର ରଥ ଦଉଡି ଧରିବାପାଇଁ ।

ପୂର୍ବରୁ ବଡଭାଇ ବଳବଦ୍ର ଏବଂ ଭଉଣୀ ସୁଭଦ୍ରା ଆସି ମାଉସୀ ମନ୍ଦିର ସମ୍ମୁଖରେ ଆସି ପହଞ୍ଚି ଭାଇ କାଳିଆ ଙ୍କୁ ଅପେକ୍ଷା କରିଥିଲେ । କାଳିଆ ଠାକୁର ନନ୍ଦିଘୋଷ ରଥ ରେ ଢଳି ଢଳି ଭକ୍ତମାନଙ୍କ ଗହଣରେ ଆସି ପହଞ୍ଚିଥିଲେ ଭାଇ ଓ ଭଉଣୀ ଙ୍କ ପାଖରେ । ଆଜିକାର ରଥଟଣା କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହିତ ପାଖା ପାଖି ୬.୨୫ ମିନିଟ ସମୟରେ ସମ୍ପନ୍ନ ହୋଇଥିଲା । ତିନି ଠାକୁର ମାଉସୀ ମା ମନ୍ଦିର ସମ୍ମୁଖରେ ରଥ ଉପରେ ଭକ୍ତମାନଙ୍କୁ ଆଜି ରାତ୍ରୀରେ ଦର୍ଶନ ଦେବାପରେ ମହାପ୍ରଭୁ ମାନଙ୍କର ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପ କୁ ପହଣ୍ଡି ବିଜେହେବେ । ଏହାପରେ ଆସନ୍ତାକାଲି ଶୁକ୍ରବାର ଠାରୁ ବୁଧବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମହାପ୍ରଭୁ ମାନେ ଭକ୍ତମାନଙ୍କୁ ବିଭିନ୍ନ ବେଶରେ ସୁସଜିତ ହୋଇ ଦର୍ଶନ ଦେବେ । ଶନିବାର ରାତ୍ରୀ ୧୦ ଘଟିକା ଠାରୁ ୧୨ ଘଟିକା ମଧ୍ୟରେ ହେରାପଞ୍ଚମି ଭେଟ ,ବୁଧବାର ଦିବା ୯ ଟାରୁ ୧୦ ଘଟିକା ମଧ୍ୟରେ ଦ୍ୱାରିକା ବେଶ ପରେ ସର୍ବସାଧାରଣ ଙ୍କୁ ପ୍ରସାଦ ବଣ୍ଟନ , ଅପରାହ୍ନ ୨. ୩୦ ମିନିଟ ରୁ ୩. ୩୦ ମିନିଟ ମଧ୍ୟରେ ଚକାଛଡା ନିତୀ ସମ୍ପୁନ୍ନ ହେବାପରେ ରଥଉପରକୁ ୫ ଘଟିକା ଠାରୁ ୮ ଘଟିକା ମଧ୍ୟରେ ମହାପ୍ରଭୁ ମାନଙ୍କର ପହଣ୍ଡିବିଜେ ହେବ । ଏହାପରେ ତହିଁପରଦିନ ୨୯ ଓ ୩୦ ତାରିଖରେ ବାହୁଡା ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ସେହିପରି ଆଜି ସାନଜଗନ୍ନାଥ ମହାପ୍ରଭୁ ଙ୍କ ରଥ କୁ ପୂର୍ବ ପ୍ରଥା ଅନୁ୍‌୍‌ଯାୟୀ ପୁର୍ବାହ୍ନ ୯.୩୦ ଟା ସମୟରେ ଭକ୍ତମାନେ ଟଣା ଆରମ୍ଭ କରି ମାଉସୀ ମା ମନ୍ଦିର କୁ ନେଇଥିଲେ ।

ଭକ୍ତମାନଙ୍କ ଭିଡକୁ ଆଖିଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବଡଦାଣ୍ଡକୁ ସମ୍ପୂନ୍ନ ଭାବେ ସିସି କ୍ୟାମେରା ଦ୍ୱାରା ନିୟନ୍ତ୍ରଣ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଜିଲାପାଳ ବିନୀତ ଭରଦ୍ୱାଜ , ଉପ ଜିଲାପାଳ ତଥା ଦେବୋତ୍ତୋ ଅଧିକାରୀ , ଅତିରିକ୍ତ ଜିଲାପାଳ , ଆରକ୍ଷୀ ଅଧିକ୍ଷକ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଏସଡିପିଓ , ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଥଟଣାକୁ ଶୃଙ୍ଖଳିତ ଭାବେ ସମ୍ପୂନ୍ନ କରିଥିଲେ । ଏହି ରଥଟଣାରେ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ । ବଡଦାଣ୍ଡରେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଧାରା ବିବରଣୀ ପ୍ରଦାନ କରାଯାଇଥିବା ବେଳେ ôଥ ଉପରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାଗବତ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ ।