Whatsapp Image 2024 07 14 At 2.30.53 Pm

ହରନାରାୟଣ ମିଶ୍ର ଙ୍କ ଆତ୍ମଜୀବନୀ “ମୁଁ ଏବଂ ମୁଁ ” ଲୋକାର୍ପିତ

Religion and Cult

ବାରିପଦା: ବରିଷ୍ଠ ସାରସ୍ଵତ ସାଧକ ହରନାରାୟଣ ମିଶ୍ର ଙ୍କ ଆତ୍ମଜୀବନୀ “ମୁଁ ଏବଂ ମୁଁ” ଲୋକାର୍ପିତ ହୋଇଯାଇଛି । ଲେଖକ ହରନାରାୟଣ ମିଶ୍ର ଅତି ସୁନ୍ଦର ଭାବରେ ତାଙ୍କ ଆତ୍ମଜୀବନୀ କୁ ଉପସ୍ଥାପିତ କରିବା ସହ ତାଙ୍କ ଘଟଣା ବହୁଳ ଜୀବନ ର ବହୁ ଗୁରୁତ୍ବପୂର୍ଣ୍ଣ ଦିଗକୁ ସରଳ ସାବଳୀଳ ଭାଷାରେ ବର୍ଣ୍ଣନା କରିଛନ୍ତି । ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଅମିତାଭ ମିଶ୍ର ମୁଖ୍ୟ ଅତିଥି ,ବରିଷ୍ଠ ଶିକ୍ଷାବିତ ନରସିଂହ ବାରିକ ମୁଖ୍ୟବକ୍ତା ଓ ଡା ଦୀପଙ୍କର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପିତ କରିଥିଲେ । ଅଦ୍ୟାବଧି ଶ୍ରୀ ମିଶ୍ର ଙ୍କ ଲିଖିତ ୪୯ ଟି ପୁସ୍ତକ ପ୍ରକାଶିତ। ଅନ୍ୟାନ୍ୟ ପୁସ୍ତକ ଭଳି “ମୁଁ ଏବଂ ମୁଁ” ପାଠକୀୟ ସ୍ବୀକୃତି ପାଇବ ବୋଲି ମତପ୍ରକାଶ ପାଇଛି।