Beso

ମାଉସୀମା ମନ୍ଦିରରେ ତିନି ଦିଅଁ ଙ୍କ ପ୍ରତ୍ୟେକ ଦିନରେ ବିଭିନ୍ନ ବେଶ, ଦର୍ଶନ ପାଇଁ ଭକ୍ତ ଙ୍କ ଭିଡ

State

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିର ରୁ ତିନି ଠାକୁର ଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ମାଉସୀମା ମନ୍ଦିର ରେ ପହଞ୍ଚିବା ପରେ ତିନି ଦିଅଁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ , ବଡ ଠାକୁର ପ୍ରଭୁ ବଳଭଦ୍ର , ମା ସୁଭଦ୍ରା ମାଉସୀମା ମନ୍ଦିର ଗୁଣ୍ଡିଚା ଘର ଠାରେ ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ସୁସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି । ତିନି ଠାକୁର ବୁଧବାର ଠାରୁ ଗୁଣ୍ଡିଚା ଘରେ ବିିଭିନ୍ନ୍ ବେଶରେ ସୁସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି । ବୁଧବାର ମତ୍ସ୍ୟ କୁର୍ମ ବେଶ , ଗୁୁରବାର ହରିହର ବେଶ , ଶୁକ୍ରବାର ନୃସିଂହ ବରାହ ବେଶ , ଶନିବାର ବାମନ ପର୍ଶୁରାମ ବେଶ ଏବଂ ଆସନ୍ତାକଲି ରବିବାର ବୁଦ୍ଧ ଓ କଳକୀ ବେଶ ରେ ସୁସଜିତ ହୋଇ ତିନି ଠାକୁର ଭକ୍ତ ଙ୍କୁ ଦର୍ଶନ ଦେବେ । ସେହିପରି ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମାଉସୀମା ମନ୍ଦିର ରେ ତିନି ଦିଅଁ ଙ୍କ ବିଭିନ୍ନ ସୁସଜିତ ବେଶରେ ଭକ୍ତମାନେ ଦର୍ଶନ କରୁଛନ୍ତି । ସୋମବାର ପୂର୍ବାହ୍ନ ୯ ଘଟିକା ଠାରୁ ୧୧ ଘଟିକା ମଧ୍ୟରେ ତିନି ଠାକୁର ଦ୍ୱାରିକା(ସୁନାବେଶ) ରେ ସୁସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେବାପରେ ୧୨ ଟାରୁ ୧ ଟା ମଧ୍ୟରେ ସର୍ବସାଧାରଣ ଙ୍କ ନିମନ୍ତେ ପ୍ରସାଦ ବଣ୍ଟନ ହେବ । ଏହାପରେ ୨.୩୦ ରୁ ୩.୩୦ ମଧ୍ୟରେ ଚକାଛଡା ନିତୀ ଏବଂ ଅପରାହ୍ନ ୫ ଟାରୁ ରାତ୍ରୀ ୮ ଟା ମଧ୍ୟରେ ରଥ ଉପରକୁ ବାହୁଡା ପହଣ୍ଡି ହୋଇ ତିନି ଠାକୁର ରଥା ରୂଢ ହେବେ । ତହିଁ ପର ଦୁଇଦିନ ମଙ୍ଗଳବାର ଏବଂ ବୁଧବାର ରଥ ଟଣା (ବାହୁଡା ଯାତ୍ରା) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।