Img 20240713 Wa0308

ଯୋରଦା ଗାଁ ପାଖ ଜାତୀୟ ରାଜପଥରେ ମର୍ମନ୍ତୁଦ ସିରିଜର ଦୁର୍ଘଟଣା, ଗର୍ଭବତୀ ମହିଳାଙ୍କ ସମେତ ୨ ମୃତ

Crime State
ବାରିପଦା: ବିଜୟଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର ପାଲଟିଛି ମରଣଯନ୍ତା । ସପ୍ତାହ ହେଲା ଯମ ଜଗିଛି ୨୨୦ ନମ୍ବର ଜାତୀୟ ପଥ ।ଆଜି  ଅପରାହ୍ନ  ୪.୩୦ ଟା ପାଖାପାଖି ସମୟରେ ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ଯଶିପୁର – ରାଇରଙ୍ଗପୁର ରାସ୍ତା ଜୋରଦା ଗ୍ରାମ କଲୋନୀ ସାହୀ ଛକରେ ଯଶିପୁର  ଆଡୁ ରାଇରଙ୍ଗପୁର ଆଡ଼କୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ବାଇକ ରଖି ଠିଆ ହୋଇଥିବା ଯୁବକଙ୍କ ଉପରେ ଚଢ଼ି ଯିବା ଫଳରେ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।ପରେ ବାଇକ୍  ଆଗରେ ଏକ  ଏକ କାର ଛିଡ଼ା ହୋଇଥିଲା । ସେହି  କାରରୁ ଗର୍ଭବତୀ ମହିଳା ବାନ୍ତି ଲାଗିବା ଯୋଗୁଁ  ଓହ୍ଲାଉ ଥିବା ସମୟରେ ଦୁର୍ଘଟଣା  ଗ୍ରସ୍ତ କାରଟି  ଯାଇ ସେହି କାରକୁ ଧକ୍କା ଦେବା ସମୟରେ ମହିଳାଙ୍କାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।  ଖବର ପାଇ ବାଦାମପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା  ଘଟାଇଥିବା ଗାଡ଼ି ( OD 02AV 8989)କୁ ପୋଲିସ ଜବତ କରିବା ସହ ତଦନ୍ତ କରୁଛି । ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଭର୍ତ୍ତି କରାଯାଇଛି ।ମୃତ ବାଇକ ଚାଳକ ଜଣକ  ହେଉଛନ୍ତି ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଯୋରଦ ଗ୍ରାମର ଡାକ୍ତର ପାତ୍ର(୩୩)  ।ଅନ୍ୟ ଜଣେ ‌ ମୃତକ ହେଲେ ଵାଦାମପାହାଡ ଥାନା ଅନ୍ତର୍ଗତ ଦେଓଗାଁ ର  ସେକ ଆତାଉଲ୍ଲାଙ୍କ ପତ୍ନୀ ସାଲିଆ ଖାତୁନ (୨୬) । ସୂଚନାଯୋଗ୍ୟ ସେକ ଆତାଉଲ୍ଲା ତାଙ୍କ ପତ୍ନୀ ଙ୍କୁ କେନ୍ଦୁଝର ଡାକ୍ତରଖାନା କୁ ନିଜ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇ ଘରକୁ ଫେରୁଥିବା ସମୟରେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ ।  ସାଲିଆ ଖାତୁନ୍ ରୋଗୀ ହୋଇ ଯାଇଥିଲେ ଶବ ହୋଇ ଫେରିଲେ ।
ଲାଗ ଲାଗ ଏହି ସପ୍ତାହ ମଧ୍ୟରେ   ଜାତୀୟ ରାଜପଥ ୨୨୦ ନମ୍ବର ରେ ସିରିଜର ଦୁର୍ଘଟଣା ଘଟି ଚାଲିଛି । ସପ୍ତାହ ମଧ୍ୟରେ ୬ ଟି ମୁଣ୍ଡ ଗଡ଼ିଲାଣି ।ଘଟଣାକୁ ନେଇ ଅଂଚଳବାସୀ ଚିନ୍ତିତ । ଜାତୀୟ ରାଜପଥ କଡ଼ରେ ଟ୍ରାମା ସେଣ୍ଟର ନ ଥିବାରୁ ଦୁର୍ଘଟଣା ଗ୍ରସ୍ତ ଲୋକମାନେ ଘଟଣାସ୍ଥଳରେ ସଙ୍ଗେ  ସଙ୍ଗେ ଚିକିତ୍ସା ପାଉ ନ ଥିବାରୁ ଅକାଳରେ ଲୋକଙ୍କ ଜୀବନ ଚାଲି ଯାଉଛି । ଜାତୀୟ  ରାଜପଥରେ ପୂର୍ବବର୍ତ୍ତୀ ସରକାର ଟ୍ରାମା ସେଣ୍ଟର  ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ  କିନ୍ତୁ ତାହା କାର୍ଯ୍ୟକାରୀ ହେଲା ନାହିଁ ।ତେଣୁ ଅଂଚଳ ବାସୀଙ୍କ ଦାବି ହେଉଛି ତୁରନ୍ତ ଟ୍ରାମା ସେଣ୍ଟର ଖୋଲାଯାଉ ।