Onn 3

ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ବ ମନ୍ତ୍ରୀ, ଶ୍ରୀ ସୁଦାମ ମାର୍ଣ୍ଡି ଙ୍କ ଦ୍ୱାରା ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ କୁ ଜମି ପଟ୍ଟା ବଣ୍ଟନ

State

ବାରିପଦା:  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତାରେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ର ଜମି ପଟ୍ଟା ବଣ୍ଟନ ସମ୍ଭନ୍ଧୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ଏବଂ ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଯୋଗ ଦେଇ ପ୍ରଥମେ ସମସ୍ତ ଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇ ଥିଲେ | ଏହାପରେ ମାନ୍ୟବର ମନ୍ତ୍ରୀ କିଛି ମୁଖ୍ୟ ବିଷୟ ଉପରେ ସମୀକ୍ଷା କରିଥିଲେ | ଏଥି ମଧ୍ୟରୁ ବିଭିନ୍ନ ବ୍ୟକ୍ତି ବିଶେଷ ମାନଙ୍କ ଦ୍ୱାରା ବେନିୟମ ଭାବେ ସରକାରୀ ଜମି ଦଖଲକାରୀଙ୍କୁ ଚି଼ହ୍ନଟ କରି ଉକ୍ତ ଜମି ଗୁଡିକ କିପରି ପୁଣି ସରକାରଙ୍କ ନିକଟକୁ ଫେରାଇ ଅଣାଯାଇପାରିବ ସେ ସମ୍ଭନ୍ଧ ରେ ପଦକ୍ଷେପ ଗ୍ରହଣ,ଜିଲ୍ଲା ରେ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ର ସ୍ଥିତି ଓ ନୂତନ ଆଶ୍ରୟ ସ୍ଥଳୀ ନିର୍ମାଣ ନେଇ ପ୍ରସ୍ତାବ , ସରକାରୀ ଚାକିରୀ ରେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁ ବରଣ କରିଥିବା କର୍ମଚାରୀ ଙ୍କ ପରିବାର ବର୍ଗ ଜଣେ ସଦସ୍ୟ ଙ୍କୁ ପୁନଃ ଥଇଥାନ ଯୋଜନା ରେ ଚାକିରୀ ପ୍ରଦାନ ଓ ଲଘୁ ଖଣିଜାତ ଦ୍ରବ୍ୟ ଯଥା ବାଲି, ମୋରମ ଇତ୍ୟାଦି ର ସ୍ଥିତି ଉପରେ ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ଏହା ଉପରେ ଯଥାଯଥ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ |

ଏହା ପରେ ମାନ୍ୟବର ମନ୍ତ୍ରୀ ଜିଲ୍ଲାପାଳଙ୍କ ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ମୁକ୍ତିକାନ୍ତ ପଣ୍ଡାଙ୍କୁ କଲେଜ ନାମରେ ରେକର୍ଡ ହୋଇଥିବା 53 |595 ଏକର ପରିମାଣ ର ଜମି ପଟ୍ଟା ପ୍ରଦାନ କରିଥିଲେ | ଏହି ଅବସରରେ ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ ଆଜି ଆମ ପାଇଁ ଏକ ଆନନ୍ଦ ର ଦିବସ | କାରଣ ଜିଲ୍ଲା ର ସର୍ବପୁରାତନ ଏମ ପି ସି କଲେଜ ଏହାର 75 ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ଅଵ୍ୟବହିତ ପୂର୍ବରୁ ଏହି ପଟ୍ଟା ପ୍ରଦାନ କରାଗଲା ଏବଂ ଏହି ଜମି ପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ ମାତ୍ର ଭବିଷ୍ୟତ ରେ ଏହି ପ୍ରକ୍ରିୟା ଜାରିରଖା ଯାଇ କଲେଜ କୁ କିପରି ଆଉ ଅଧିକ ଜମି ହସ୍ତାନ୍ତର କରାଯିବ ପଦକ୍ଷେପ ନିଆଯିବ | ଏହି ଜମି ପଟ୍ଟା ବଣ୍ଟନ କାର୍ଯ୍ୟ କୁ କଲେଜ ଅଧ୍ୟକ୍ଷ, ଏମ ପି ସି କଲେଜ alumni ର ପ୍ରେସିଡେଣ୍ଟ ଡ଼ | ବିଜୟ ଅଗ୍ରୱାଲ ଙ୍କ ସମେତ କଲେଜ ର ଅଧ୍ୟାପକ ଅଧ୍ୟାପିକା ତଥା ଉପସ୍ଥିତ ସମସ୍ତେ ସ୍ୱାଗତ କରିଥିଲେ |

ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ, ରାଇରଙ୍ଗପୁର ଶ୍ରୀ ଦୌଲତ ଚନ୍ଦ୍ରକାର ଯୋଗ ଦେଇଥିବା ବେଳେ ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |