Onn 3

ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପରିପ୍ରେକ୍ଷୀରେ ରେ ପଥ ଉତ୍ସବ ଓ ୱାକାଥନ ପାଇଁ ପ୍ରସ୍ତୁତି ବୈଠକ

State

ବାରିପଦା: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଙ୍କ ପ୍ରକୋଷ୍ଟ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତା ରେ ଚଳିତ ବର୍ଷ ଆଗାମୀ ଅକ୍ଟୋବର 27 ତାରିଖ ରୁ ଡିସେମ୍ବର 9 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରିପ୍ରେକ୍ଷୀରେ 28-10-2023 ରେ ପଥ ଉତ୍ସବ ଓ ୱାକାଥନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହି ୱାକାଥନ ର ମୁଖ୍ୟ ଉଦେଶ୍ୟ ହେଉଛି ଆଗାମୀ ବର୍ଷ ଦେଶରେ ସାଧାରଣ ନିର୍ବାଚନ ତଥା ଆମ ରାଜ୍ୟ ରେ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହେବା କୁ ଥିବାରୁ 17+ ବୟସ ର ଟିନଏଜେର ନୂତନ ଭୋଟର ମାନଙ୍କୁ ଅଧିକ ରୁ ଅଧିକ ସଂଖ୍ୟକ ଭୋଟର ତାଲିକା ରେ ଅନ୍ତର୍ଭୁକ୍ତ ହେବl ପାଇଁ ସଚେତନତା ସୃଷ୍ଟି ଏବଂ ଭୋଟର ତାଲିକା ରେ ଅନ୍ୟାନ୍ୟ ସଂଶୋଧନ କରି ଜାନୁଆରୀ 5 ତାରିଖ ରେ ନୂତନ ଭାବେ ପ୍ରକାଶିତ ହେବାକୁ ଥିବା ଭୋଟର ତାଲିକା କୁ ତ୍ରୁଟି ଶୁନ୍ୟ ନିର୍ଭୁଲ ଭୋଟର ତାଲିକା ପ୍ରକାଶ କରିବା |

ଉକ୍ତ ୱାକାଥନ ତା 28-10-2023 ରିଖ ସକାଳ ଘ |07:30 ମି | ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣ ଠାରୁ ଆରମ୍ଭ ହୋଇ ବିଭିନ୍ନ ସଚେତନତା ବାର୍ତ୍ତା ଓ ସ୍ଲୋଗାନ ମାଧ୍ୟମ ରେ ସହର ପରିକ୍ରମା କରି ପୁନଃ ଉକ୍ତ ସ୍ଥାନ କୁ ପ୍ରତ୍ୟାବର୍ତ୍ତନ କରିବ |ଏହି ୱାକାଥନ ରେ ବିଶେଷ କରି 17 ବର୍ଷ ବୟସ ରୁ ଉର୍ଦ୍ଧ ଛାତ୍ର ଛlତ୍ରୀଙ୍କୁ ଅଧିକ ସଂଖ୍ୟା ରେ ସାମିଲ କରାଯିବ ଯେଉଁ ମାନେ ଆଗାମୀ ବର୍ଷ ନିର୍ବାଚନ ରେ ନୂତନ ଭୋଟର ଭାବେ ସେମାନଙ୍କ ମତ ଦାନ କରିବେ |ଏତଦ ବ୍ୟତୀତ ବି ଏଲ ଓ, ମୁଁ ବି ମିତା ଅମ୍ବାଷୋଡର, ବିଶିଷ୍ଟ ବ୍ୟକ୍ତି ବିଶେଷ ସେଲିବ୍ରେଟି, ଚଳଚିତ୍ର ଅଭିନେତା ଅଭିନେତ୍ରୀ ଇତ୍ୟାଦି ଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ |ଏହି ପରିପ୍ରେକ୍ଷୀରେ ନୂତନ ଭୋଟର ହେବା ନେଇ ସଚେତନତା ବାର୍ତ୍ତା ବହନ କରୁଥିବା ସାଂସ୍କୃତିକ(ପଥ ପ୍ରାନ୍ତ ନାଟକ )କାର୍ଯ୍ୟକ୍ରମ ଆୟୋଜନ କରାଯିବ | ଭାରତ ର ନିର୍ବାଚନ ଆୟୋଗ ଙ୍କ ଦ୍ୱାରା ପ୍ରସ୍ତୁତ “ହମ ଭାରତ କେ ମତଦାତା ହେଁ ” ର ଓଡ଼ିଆ ସଂସ୍କରଣ ଶୁଭାରମ୍ଭ କରାଯିବ |

ଉକ୍ତ ଭୋଟର ସଚେତନତା ୱାକାଥନ ର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ପୋଲିସ ପ୍ରଶାସନ କୁ ୱାକାଥନ ସମୟରେ ଆବଶ୍ୟକୀୟ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ,ସ୍ବାସ୍ଥ୍ୟ ବିଭାଗ କୁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ ଯୋଗାଇଦେବା ନିମନ୍ତେ, ଅଗ୍ନିଶମ ବିଭାଗ କୁ ଆକସ୍ମିକ ଦ୍ରୁର୍ଘଟଣା ରୁ ଉଦ୍ଧାର ନିମନ୍ତେ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ମୁଖ୍ୟଙ୍କୁ ୱାକାଥନ ରେ ଛାତ୍ର ଛାତ୍ରୀ ଙ୍କ ଅଂଶ ଗ୍ରହଣ ନିମନ୍ତେ, ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ପାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କୁ କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଛନ୍ତି |ନିର୍ବାଚନ ଉପବିଭାଗ ର ଡେପୁଟି କଲେକଟର ଶ୍ରୀମତୀ ସାଇ ସ୍ମିତା ଉପାଧ୍ୟାୟ ଙ୍କ ପରିଚାଳନା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା, ସହକାରୀ ଜିଲ୍ଲlପାଳ ଶ୍ରୀ ନିହାର ଦାସ, ଡି ଏସ ପି (ଡି ଆଇ ବି ) ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ |